ବିରାଟ- ଅନୁଷ୍କା ଲଣ୍ଡନରେ କଲେ ବିଶେଷ ପୂଜା, ଫ୍ୟାନ୍ସ କହିଲେ ବିଦେଶ ଯାଇ ଭୁଲି ନାହାନ୍ତି ସଂସ୍କାର

NEWS7
india-australlia-t20-match-today

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ସବୁବେଳେ କିଛି ନା କିଛି କାରଣରୁ ରହିଥାନ୍ତି ଚର୍ଚ୍ଚାରେ। ଖାସ୍ କରି ଦୁହିଁଙ୍କର କେମେଷ୍ଟ୍ରି ଜବରଦସ୍ତ। ଯାହା ଫ୍ୟାନ୍ସଙ୍କୁ ଖୁବ୍ ଆକର୍ଷିତ କରେ। ପ୍ରଫେସନାଲ୍ କରିୟର ସହ କପଲ ଏବେ ଆଧ୍ୟାତ୍ମିକତା ପ୍ରତି ମନ ବଳାଇଛନ୍ତି। ଏକଥା କାହାକୁ ଅଛପା ନାହିଁ। ନିକଟରେ ଏହି ପୱାରଫୁଲ୍ କପଲଙ୍କର  କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।  ଯାହା ପ୍ରଶଂସକଙ୍କ ହୃଦୟ ଜିଣିଛି। ଏହି ଫଟୋ ଦେଖିବା ପରେ ଦାବି କରାଯାଇଛି ଯେ ବିରାଟ ଏବଂ ଅନୁଷ୍କା ସେମାନଙ୍କ ଲଣ୍ଡନ ଘରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଛନ୍ତି।

ଏହା ସମସ୍ତଙ୍କୁ ଜଣା ଯେ ବିରାଟ ଏବଂ ଅନୁଷ୍କା ଅନେକ ଦିନ ହେବ ଲଣ୍ଡନରେ ରହୁଛନ୍ତି।  କପଲ ଆଧ୍ୟାତ୍ମିକତା ପ୍ରତି ମନ ବଳାଇବା ପରେ ଉଭୟଙ୍କୁ ଅନେକଥର ବିଭିନ୍ନ  ଧାର୍ମୀକସ୍ଥଳରେ ଦେଖିବାକୁ ମିଳେ। ଏହାରି ଭିତରେ  ସେମାନେ ସେମାନଙ୍କ ଲଣ୍ଡନ ଘରେ ଏକ ପୂଜା ସମାରୋହ ଆୟୋଜନ କରିଥିଲେ। ଯାହାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ, କୋହଲି ଏକ ପାରମ୍ପରିକ ଧଳା କୁର୍ତ୍ତାରେ ନଜର ଆସୁଥିବା ବେଳେ ଅନୁଷ୍କା ଶର୍ମା ସୁଟ୍ ପିନ୍ଧି ଥିବାର ନଜର ଆସିଛନ୍ତି। ସେମାନଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଏବଂ ଜଣେ ପୁରୋହିତ ମଧ୍ୟ ଦେଖା ଯାଇଛନ୍ତି। ଲଣ୍ଡନ ଘରେ ପୂଜା ସମୟରେ ନିକଟତର ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଫଟୋରେ ଏକ ଛୋଟ ଝିଅକୁ ମଧ୍ୟ ଦେଖିବାକୁ ମିଳୁଛି, ଯାହା ପ୍ରଶଂସକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

ବିରାଟ ଏବଂ ଅନୁଷ୍କାଙ୍କ ଏହି ଫଟୋ ଭାଇରାଲ୍ ହେବା ପରେ ପ୍ରଶଂସକମାନେ ଲାଇକ୍ ଓ କମେଣ୍ଟ ବର୍ଷା କରିଥିଲେ। ଜଣେ ୟୁଜର ଲେଖିଛନ୍ତି, "କିଙ୍ଗ୍ କୋହଲି ଜଣେ ପ୍ରକୃତ ସନାତନ।" ଅନ୍ୟ ଜଣେ ଲେଖିଛନ୍ତି, "କୋହଲି ଭାଇ ହୁଏତ ଲଣ୍ଡନକୁ ଚାଲିଯାଇଛନ୍ତି, କିନ୍ତୁ ସେ ତାଙ୍କର ସଂସ୍କାରକୁ ଭୁଲି ନାହାଁନ୍ତି।"