ଟଙ୍କା ନେଇ ଟେରର ଫଣ୍ଡିଂ କରୁଛି ପାକିସ୍ତାନ, ତାକୁ ଆଉ ଋଣ ଦିଆନଯାଉ; IMF ବେଲଆଉଟ୍ ଭୋଟିଂରେ ସାମିଲ୍ ହେଲାନି ଭାରତ

Published By : Prameya-News7 Bureau | May 09, 2025 IST

ନୂଆଦିଲ୍ଲୀ: ଇଣ୍ଟର ନ୍ୟାସନାଲ୍ ମନିଟାରୀ ଫଣ୍ଡରେ ପାକିସ୍ତାନର ଟ୍ରାକ୍ ରେକର୍ଡ ଖରାପ ରହିଛି ।  ଦେବାଳିଆ ହୋଇଯାଇଛି ପଡ଼ୋଶୀ ଦେଶ । ତେଣୁ ତାକୁ ଆଉ ଋଣ ଦିଆନଯାଉ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି କର୍ତ୍ତୃପକ୍ଷଙ୍କ ନିକଟରେ ଏଭଳି କହି ବିରୋଧ କରିଛି ଭାରତ । ସୂଚନା ଅନୁଯାୟୀ, ପାକିସ୍ତାନର ପ୍ରସ୍ତାବ ପରେ ଆଏମଏଫ ୧.୩ ବିଲିୟନ ଡଲାରର ପ୍ୟାକେଜ୍ ଦେବାକୁ ମତାଦନ କରିଥିଲା । ମାତ୍ର ଏହି ଭୋଟିଂ ପ୍ରକ୍ରିୟାରେ ସାମିଲ୍ ହୋଇନାହିଁ ଭାରତ ଏବଂ ପାକିସ୍ତାନର ଟ୍ରାକ୍ ରେକର୍ଡ ଖରାପ ଅଛି ବୋଲି କହିଥିଲା । 

ଭାରତ ସରକାର ଏହି ନିଷ୍ପତ୍ତି ଏଭଳି ସମୟରେ ନେଇଛନ୍ତି, ଯେଉଁ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଅପରେସନ ସିନ୍ଦୂର ମାଧ୍ୟମରେ ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ଲଞ୍ଚ୍ ପ୍ୟାଡକୁ ଟାର୍ଗେଟ୍ କରି ଧ୍ବସ୍ତ କରିଦେଇଥିଲା । ଏହି ମିସାଇଲ୍ ଆଟାକରେ ୭୦କୁ ଅଧିକ ଆତଙ୍କୀ ପ୍ରାଣ ହରାଇଛନ୍ତି । ଏପ୍ରିଲ୍ ୨୨ତାରିଖରେ ପହଲଗାମ ହମଲା ପରେ ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏଥିରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭ଜଣ ଗୁରୁତର ଭାବେ ଆହତ ହୋଇଥିଲେ । 

ତେବେ  ମେ’ ୯ ତାରିଖରେ ଓ୍ବାଶିଂଟନରେ ଆଇଏମଫର ବୈଠକ ହୋଇଥିଲା । ଏଥିରେ ପାକିସ୍ତାନକୁ ଆଉ ସହାୟତା ନଦେବାକୁ ଭାରତ ବାରମ୍ବାର ଦୋହରାଇଥିଲା । ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି କର୍ତ୍ତୃପକ୍ଷଙ୍କୁ ଏନେଇ ଏକ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏଥିରେ କୁହାଯାଇଥିଲା, ଆଇଏମଏଫ ପାଇଁ 'too-big-to-fail'ରଣଧାରୀ ବନିଯାଇଛି । ତେଣୁ ପଡ଼ୋଶୀ ଦେଶକୁ ଆଉ ଋଣ ଦିଆନଯାଉ ।      

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.