ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ଜାରି ହେଲା ତାଲିକା...

Published By : Prameya-News7 Bureau | August 12, 2025 IST

ଭୁବନେଶ୍ୱର ୧୨।୦୮: ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି । କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେ ନେଇ ମଧ୍ୟ ଲିଷ୍ଟ ଜାରି କରାଯାଇଛି । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏହାସହିତ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ସ୍ୱାଧୀନତା ଦିବସ‌ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପ୍ରକାଶ ପାଇଥିବା ତାଲିକା ଅନୁସାରେ...

କେନ୍ଦୁଝର- ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ

କଟକ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା 

ସମ୍ବଲପୁର- ସୁରେଶ ପୂଜାରୀ

ବଲାଙ୍ଗିର- ରବି ନାଏକ

କଳାହାଣ୍ଡି- ନିତ୍ୟାନନ୍ଦ ଗଣ୍ଡ

କନ୍ଧମାଳ- କୃଷ୍ଣଚନ୍ଦ୍ର ପାତ୍ର

ପୁରୀ- ପୃଥ୍ବୀରାଜ ହରିଚନ୍ଦନ

ସୁନ୍ଦରଗଡ଼- ମୁକେଶ ମହାଲିଙ୍ଗ

ଗଜପତି-ବିଭୂତି ଭୂଷଣ ଜେନା

ଭଦ୍ରକ- କୃଷ୍ଣଚନ୍ଦ୍ର ମହାପାତ୍ର

ନବରଙ୍ଗପୁର- ଗଣେଶ ରାମ ସିଂଖୁଣ୍ଟିଆ

ସୁବର୍ଣ୍ଣପୁର- ସୂର୍ଯ୍ୟବଂଶୀ ସୂରଜ

ଅନୁଗୁଳ- ପ୍ରଦୀପ ବଳସାମନ୍ତ

ରାୟଗଡ଼ା- ଗୋକୁଳାନନ୍ଦ ମଲ୍ଲିକ୍‌

ମୟୂରଭଞ୍ଜ- ସମ୍ପଦ ଚନ୍ଦ୍ର ସ୍ବାଇଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.