LIVE TV

ପଲାଶ କାହା ସହ କରିଥିଲେ ଚାଟ୍, ବିବାହ ସ୍ଥଗିତ ସହ ରହିଛି କି କିଛି ସମ୍ପର୍କ, କିଏ ସେହି ମେରୀ ଡି'କୋଷ୍ଟା ?

NEWS7
ind-vs-eng-5th-t20-playing-11-pitch-report

ମୁମ୍ବାଇ : କ୍ରିକେଟର ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ କମ୍ପୋଜର ପଲାଶ ମୁଛାଲ। ହାତଗଣ୍ଠି ପଡ଼ିବାକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ ବିବାହ ସ୍ଥିଗିତକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ । ଆଉ ଏବେ ପଲାଶଙ୍କର ଜଣେ ଲେଡିଙ୍କ ସହ ପର୍ସନାଲ୍ ଚାର୍ଟ ଭାଇରାଲ୍ , ଚର୍ଚ୍ଚାକୁ ଯୋଗାଇଛି ଖୋରାଗ । ଏହି ଚାଟ୍ ପଲାଶ ଓ ମେରୀ ଡି'କୋଷ୍ଟାଙ୍କ ମଧ୍ୟରେ ଥିଲା। ଚାଟ୍ ପଢି ଯାହା ଜଣାପଡିଛି ଯେ ପଲାଶ ମ୍ୟାରୀ ଡି'କୋଷ୍ଟାଙ୍କ ସହିତ ଫ୍ଲର୍ଟ କରୁଛନ୍ତି । ସବୁଠି ଏହି ଆଲୋଚନା ହେଉଥିବାବେଳେ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗତ ରହିବାର କାରଣ ମେରୀ ଡି. କୋଷ୍ଟା ବୋଲି କୁହାଯାଉଛି। ଏହି ବିବାଦ ମଧ୍ୟରେ, ଜାଣନ୍ତୁ ମ୍ୟାରୀ ଡି'କୋଷ୍ଟା କିଏ। ମେରୀ ଏବଂ ପଲାଶଙ୍କ ମଧ୍ୟରେ କ'ଣ ସମ୍ପର୍କ?

ମେରୀ ଡି'କୋଷ୍ଟା ଜଣେ କୋରିଓଗ୍ରାଫର। ତାଙ୍କୁ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛାଲଙ୍କ ବିବାହ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା। ମେରୀ ଓ ପଲାଶଙ୍କ ଇନଷ୍ଟାଗ୍ରାମ ଚାଟ୍ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ମେରୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ମେ ୨୦୨୫ ତାରିଖରେ କରାଯାଇଥିବା ମେସେଜଗୁଡ଼ିକରେ ପଲାଶ ମହିଳାଙ୍କୁ ସ୍ୱିମିଂ କରିବାକୁ ନିମନ୍ତ୍ରଣ ଦେଉଛନ୍ତି। ଆହୁରି ମଧ୍ୟ ଚାଟ୍ରେ 'ମେରି ଡି'କୋଷ୍ଟା' ପଲାଶଙ୍କୁ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରୁଛନ୍ତି, ହେଲେ ପଲାଶ ଏହାକୁ ଏଡ଼ାଇ ଯାଉଥିବା ଜଣାପଡ଼ୁଛି। ଏସବୁ ସତ୍ତ୍ୱେ ବି ପଲାଶ ମହିଳାଙ୍କୁ ଦେଖା କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡ଼ିଛି। ପଲାଶ ମେରୀଙ୍କୁ କହୁଥିବା ଦେଖାଯାଉଛି ଯେ ତାଙ୍କର ଏବଂ ସ୍ମୃତିଙ୍କ ସମ୍ପର୍କ ଲଙ୍ଗ୍ ଡିସଷ୍ଟାନ୍ସ। ଭାଇରାଲ ଚାଟ୍ ସମ୍ପର୍କରେ ପଲାଶ, ସ୍ମୃତି କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଚାଟ୍ ପ୍ରଥମେ ସେୟାର ହୋଇଥିବା ସାଇଟ୍କୁ ଡିଆକ୍ଟିଭେଟ୍ କରାଯାଇଛି। ଏହି ଘଟଣା ପରେ ସ୍ମୃତି ତାଙ୍କ ବିବାହ ପୂର୍ବର ସମସ୍ତ ରିଚୁଆଲ୍ସର ଫଟୋ ଓ ଭିଡିଓ ମଧ୍ୟ ଡିଲିଟ କରି ଦେଇଛନ୍ତି।

ସ୍ମୃତି ଏବଂ ପଲାଶ ନଭେମ୍ବର 23 ତାରିଖରେ ବିବାହ କରିଥାନ୍ତେ। ଗଣମାଧ୍ୟମକୁ ଦିଆଯାଇଥିବା ସ୍ୱଚନା ଆଧାରରେ ସ୍ମୃତିଙ୍କ ବାପା ଅସୁସ୍ଥ ହେବା କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା।। ସ୍ମୃତିଙ୍କ ବାପାଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତଥାପି, ବିବାହ ତାରିଖ ସମ୍ପର୍କରେ କୌଣସି ଅପଡେଟ୍ ମିଳିନାହିଁ। ଅନ୍ୟପଟେ ପଲାଶ ମଧ୍ୟ ଭାଇରାଲ୍ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏସବୁ ଭିତରେ ସ୍ମୃତି ମନ୍ଧାନ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ବିବାହ ପୂର୍ବର ରିଚୁଆଲ୍ସ ସମସ୍ତ ଫୋଟ ହଟାଇବାକୁ ୟୁଜର ଭିନ୍ନ ନଜରରେ ଦେଖିଚନ୍ତି। କିଏ କହିଛନ୍ତି ବାପାଙ୍କ ଦେହ ଖରାପ ଥିଲା ତେବେ ବାହାଘର ଫଟୋ ଡିଲିଟ୍ କାହିଁ କଲେ। ଅନ୍ୟ କିଛି ବାହାଘର ପୋଷ୍ଟପନ୍ ର କାରଣ ପଲାଶ ତାଙ୍କ ସହ ଚିଟ୍ କରୁଥିବା ବୋଲି କହିଛନ୍ତି। ତେବେ ଉଭୟଙ୍କର ସତରେ ସାହାନାଇ ବାଜିବ ନା ଏଇଠୁ ସଂପର୍କ ଭାଙ୍ଗିଗଲା, ତାହା ତ ଆଗକୁ ସ୍ପଷ୍ଟ ହେବ।