ନୂଆଦିଲ୍ଲୀ ୧୭/୧୦: ରୋ-ହିଟ୍...ରୋ-ହିଟ୍ ।  ପୁଣି ଗର୍ଜିବ ବ୍ୟାଟ । କମ୍ପିବ ମୈଦାନ । ଛକା, ଚଉକା, ହେବ ରନ୍ ବର୍ଷା । ତୟାର ରୁହନ୍ତୁ, ଫେରୁଛନ୍ତି ଆପଣଙ୍କ ଫେଭ୍ରିଟ୍ ବିସ୍ଫୋରକ ବ୍ୟାଟର । ମାନେ ରୋହିତ ଶର୍ମା । ଖାଲି ଫେରିବେନି ତ, ରେକର୍ଡ କରିବା ଅପେକ୍ଷାରେ । ପର୍ଥରେ ଦମ୍ ଦେଖାଇବାକୁ ସେ ତୟାର । ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ। ଏଥର କିନ୍ତୁ କ୍ୟାପଟେନ୍ ନୁହେଁ ବରିଷ୍ଠ ଓପନର ଭାବେ ଚମକିବେ ।

ଜଣେ ବରିଷ୍ଠ ଖେଳାଳି ଭାବରେ ଇନିଂସ ଓପନିଂ କରିବେ। ମାର୍ଚ୍ଚ ୯ ତାରିଖରେ ଦୁବାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ଦିନିକିଆ । ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ, ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତ ଶର୍ମା ଅନେକ ରେକର୍ଡ ସ୍ଥାପନ କରିପାରିବେ। ଛଅ ମାସ ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି ।

 

ରବିବାର (୧୯ ଅକ୍ଟୋବର) ପର୍ଥରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ଏହି ସିରିଜରେ ଶୁଭମନ ଗିଲ୍ ଦଳର ଅଧିନାୟକ ହେବେ । ତେବେ ଏହି ମ୍ୟା ରୋହିତଙ୍କୁ ଶେଷ ଥର ପାଇଁ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ମିଳିବ । ରୋହିତ ଶର୍ମା ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ଆଠଟି ଦିନିକିଆ ଶତକ ମାରିଛନ୍ତି। ଯଦି ସେ ଏହି ସିରିଜରେ ଆଉ ଦୁଇଟି ଶତକ କରନ୍ତି । ତେବେ ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ ।

ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଶତକ ଲଗାଇଥିବା ବ୍ୟାଟସମ୍ୟାନ୍ ହେବେ। ଆହୁରି ବି, ରୋହିତ ଏପର୍ଯ୍ୟନ୍ତ ୨୭୩ ODIରେ ୩୪୪ ଛକା ମାରିଛନ୍ତି। ୩୫୧ ଛକା ମାରିଥିବା ପାକିସ୍ତାନର ଶାହିଦ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିବାକୁ ତାଙ୍କୁ କେବଳ ଆଠଟି ଛକା ଆବଶ୍ୟକ। ଏହା କରିବା ଦ୍ୱାରା ସେ ODI ଇତିହାସରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ ହୋଇଯିବେ।