LIVE TV

ସଡ଼କ ଦୁର୍ଘଟଣା ରୋକିବାକୁ ତ୍ରୁଟିଶୂନ୍ୟ ଡିପିଆର୍ କାମ ଆରମ୍ଭ କରିଛି ଓଡ଼ିଶା

NEWS7
income-i-t-dept-survey-operation-at-bbc-office-concluded

ଭୁବନେଶ୍ବର ୮୧୧: ଦୁର୍ଘଟଣା ରୋକିବା ପାଇଁ ତ୍ରୁଟିଶୂନ୍ୟ ଡିପିଆର କାମ ଆରମ୍ଭ କରିଛି ଓଡ଼ିଶା । ରାସ୍ତାର ଟ୍ରାଫିକ୍ ଓ ଅବସ୍ଥା ଦେଖି ଡିପିଆର ପ୍ରସ୍ତୁତ କରାଯାଉଛି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସେ କହିଛନ୍ତି, ବର୍ଷେ ହେବ ଓଡ଼ିଶା ତ୍ରୁଟି ଶୂନ୍ୟ ଡିପିଆର କାମ ଆରମ୍ଭ କରିଛି । ଯଦି ସଠିକ୍ ଡିପିଆର ପ୍ରସ୍ତୁତ କରାଯିବ ଦୁର୍ଘଟଣା କମିଯିବ ।

ରାସ୍ତାର ସବୁ ଦିଗକୁ ବିଚାର କରି ଡିପିଆର ପ୍ରସ୍ତୁତ ହେବ । କେଉଁଠି ଅଣ୍ଡର ପାସ୍ ରାସ୍ତା କରାଯିବ, କେଉଁଠି ଅନ୍ୟ କ’ଣ ବ୍ୟବସ୍ଥା ହେବ ତାହାକୁ ଗୁରୁତ୍ବ ଦେବେ ସରକାର । ଇଂଜିନିୟର ମାନେ ଏ ଦିଗରେ କିପରି ସଠିକ୍ ଭାବେ କାମ କରିବେ ତାହାକୁ ଗୁରୁତ୍ବ ଦିଆଯିବ ବୋଲି ପୃଥ୍ବୀରାଜ କହିଛନ୍ତି ।