ତାମିଲନାଡ଼ୁର ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ; ୭ଜଣ ମୃତ , ୨୯ ଆହତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

Published By : Prameya-News7 Bureau | December 13, 2024 IST

ମୁମ୍ଵାଇ ୧୩।୧୨; ତାମିଲନାଡୁରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପ୍ରାଇଭେଟ୍‌ ହସ୍ପିଟାଲ । ଅଗ୍ନିକାଣ୍ଡରେ ଜଣେ ଶିଶୁ ସମେତ ୬ଜଣ ଜୀବନ୍ତ ଦଗ୍ଧ । ଅନେକ ଆହତ ହୋଇଛନ୍ତି।  ୨୯ଜଣ ଆହତଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଗ୍ନିକାଣ୍ଡ ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। 

ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଡାକ୍ତରଖାନା ଭିତରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅତି କମରେ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ଲୋକଙ୍କୁ ୧୦ ଟି ସରକାରୀ ଆମ୍ବୁଲାନ୍ସ ଏବଂ ୩୦ ଟି ଘରୋଇ ଆମ୍ବୁଲାନ୍ସ ବ୍ୟବହାର କରି ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଡିଣ୍ଡିଗୁଲ ଜିଲ୍ଲାର ତିରୁଚି ରୋଡରେ ଅବସ୍ଥିତ ଏହି ଚାରି ମହଲା ହସ୍ପିଟାଲର ତଳ ମହଲାରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ଏହା ଧୀରେ ଧୀରେ ସମଗ୍ର ହସ୍ପିଟାଲକୁ ବ୍ୟାପି ଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ରିସେପ୍ସନ୍ ଅଞ୍ଚଳରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.