Westbengal Election: ଗତ ଥର ୮ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ, ଜାଣନ୍ତୁ ଏଥର କେତୋଟି ଫେଜରେ ହେବ ଭୋଟିଂ

NEWS7
iit-delhi-prepared-coronatest-kits

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ରବିବାର ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏଥର ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବ। ଏପ୍ରିଲ ୨୩ ଓ ଏପ୍ରିଲ ୨୯ରେ ଜନତା ନିଜର ମତାଧିକାର ସାବ୍ୟସ୍ତ କରିବେ। ମେ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଗତ ଥର ୮ଟି ପର୍ଯ୍ୟାୟରେ ଭୋଟିଂ ହେବା ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ମାତ୍ର ଏଥର କେବଳ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି ଏବଂ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

Also read: ରାଜ୍ୟସଭା ରାଜନୀତି : ପାରାଦୀପରେ ବିଜେପିର ଡେରା, ବିଜେଡି ଡାକୁଛି ଘନ ଘନ ବୈଠକ, କାଡାମ କହିଲେ କଥା ମାନିବେ ଦାଶରଥୀ

୮ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା

୨୦୨୧ରେ ଗତ ନିର୍ବାଚନରେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ହୋଇଥିବା ବେଳେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ଏପ୍ରିଲ ୨୯ରେ ମତଦାନ ହୋଇଥିଲା। ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୧ମ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୬, ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୧୦ ଓ ଏପ୍ରିଲ ୧୭ରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୨ରେ ଷଷ୍ଠ ପର୍ଯ୍ୟାୟ ଓ ଏପ୍ରିଲ ୨୬ରେ ସପ୍ତମ ମତଦାନ ହୋଇଥିଲା। ନିର୍ବାଚନ ଫଳାଫଳ ମେ ୨ରେ ପ୍ରକାଶ ପାଇଥିଲା।

ଟିଏମସିର ବିଶାଳ ବିଜୟ

ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ଟିଏମସି ପ୍ରଚଣ୍ଡ ବିଜୟ ହାସଲ କରିଥିଲା। ୨୯୪ ସିଟରୁ ଦଳ ଏକାକୀ ୨୧୩ ସିଟରେ ଜିତି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲା। ବିଜେପି ୭୭ ସିଟ୍ ଜିତି ପ୍ରଥମ ଥର ରାଜ୍ୟରେ ବିରୋଧୀ ଦଳ ଆସନରେ ବସିଥିଲା। ପଶ୍ଚିମବଙ୍ଗରେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଥିବା ବାମପନ୍ଥୀ ଏବଂ କଂଗ୍ରେସ ମେଣ୍ଟ ଖାତା ବି ଖୋଲି ପାରି ନ ଥିଲେ।

Also read: ନିର୍ଦ୍ଦୟ ସରକାରଙ୍କ ଖେଳ ଖତମ୍, ପରିବର୍ତ୍ତନର ଝଡ଼କୁ ରୋକିପାରିବନି ଟିଏମସି... କୋଲକାତାରେ ଗର୍ଜିଲେ ମୋଦୀ

ଏଥର କଣ ରହିଛି ନିର୍ବାଚନୀ ପରିଦୃଶ୍ୟ

ଏଥର ପଶ୍ଚିମବଙ୍ଗରେ ଟିଏମସି ଏକଲା ଚଲୋ ନାରା ଦେଇଛି। ବିଜେପି ମଧ୍ୟ ନିଜ ଦମରେ ନିର୍ବାଚନ ଜିତିବାକୁ ଅଣ୍ଟା ଭିଡ଼ିଛି। ବାମପନ୍ଥୀ ଦଳ ସହ ମେଣ୍ଟ ନ କରି ଏକାକୀ ନିର୍ବାଚନ ଲଢିବାକୁ କଂଗ୍ରେସ ଭିତରେ ସ୍ଵର ଉଠୁଛି। କିନ୍ତୁ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ୟୁମାୟୁଁ କବୀରଙ୍କ ନେତୃତ୍ଵାଧୀନ ନୂଆ ପାର୍ଟି ମଧ୍ୟ ପ୍ରଥମ ଥର ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଛି।