ନୂଆଦିଲ୍ଲୀ ୧୫।୦୭: ରାଜ୍ୟରେ ଚିନ୍ତା ବଢାଉଛି ଡେଙ୍ଗୁ । ଏଥିରୁ ବର୍ତ୍ତିବା ପାଇଁ ଅନେକ ଆପଣାଉଛନ୍ତି ବିଭିନ୍ନ ଉପାୟ । କିନ୍ତୁ ଏପରି କିଛି ଗଛ ରହିଛି ଯାହାକୁ ଘର ପାଖରେ ଲଗାଇଲେ ଡେଙ୍ଗୁରୁ ମିଳିବ ମୁକ୍ତି ।
ନିମ ବୃକ୍ଷ । ଏହା କେବଳ ଔଷଧୀୟ ଗୁଣ ପାଇଁ ଜଣାଶୁଣା ନୁହେଁ ବରଂ ଏହା ଘରୁ କୀଟମାନଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିଥାଏ । ଏହାର ତିକ୍ତ ଗନ୍ଧ କୀଟମାନଙ୍କୁ ଦୂରେଇ ଦିଏ ।
ତୁଳସୀ ଗଛ । ଏହା ପୂଜା ହେବା ସହିତ ମଶାଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ତୁଳସୀ ଗଛର ବାସ୍ନା ମଶା ଏବଂ କୀଟମାନଙ୍କୁ ପସନ୍ଦ ନୁହେଁ । ସେଥିପାଇଁ ସେମାନେ ତୁଳସୀ ଥିବା ସ୍ଥାନଠାରୁ ଦୂରରେ ରୁହନ୍ତି ।
ପୁଦିନା ଗଛ । କେବଳ ଏହାର ସୁଗନ୍ଧ ଏବଂ ସ୍ୱାଦ ପାଇଁ ଜଣାଶୁଣା ନୁହେଁ ବରଂ ଏହି ଗଛ କୀଟପତଙ୍ଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏହା କୀଟମାନଙ୍କର ଶତ୍ରୁ ଅଟେ । ଏହାକୁ ଘରର ଚାରିପାଖରେ ଲଗାଇ ପାରିବେ ।
ଡେଙ୍ଗୁ ମଶାଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସାଇଟ୍ରୋନେଲା ଗଛ ଲଗାଇବା ଉଚିତ୍ । ଏହାକୁ ଲଗାଇବା ଦ୍ବାରା କୌଣସି ମଶା ଘରର ପାଖ ମାଡନ୍ତିନି । ତେଣୁ ଏହାକୁ ଘର ଚାରିପାଖେ ଲଗାଇବା ଉଚିତ୍ ।