ଦୀଘାରେ ଯେଉଁ ବିଗ୍ରହ ପୂଜା ପାଉଛନ୍ତି ତାହା ମହାପ୍ରଭୁଙ୍କ ଦାରୁରେ ନିର୍ମାଣ ହେବା ଅସମ୍ଭବ : ମୁଖ୍ୟ ବିଶ୍ଵକର୍ମା

Published By : Prameya-News7 Bureau | May 03, 2025 IST

ପୁରୀ ୩ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପରେ ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ର ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର । ମୁଖ୍ୟ ବିଶ୍ଵକର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁଙ୍କ ନବକଳେବର ସମୟରେ ଆମେ ବିଗ୍ରହ ନିର୍ମାଣ କରିଥାଉ । ତେବେ ବିଗ୍ରହ ନିର୍ମାଣ ପରେ ଯେଉଁ ଦାରୁ ବଳକା ରହିଯାଏ ତା'କୁ ଦଇତାପତି ସେବାୟତ ମାନେ ସେମାନଙ୍କ ନିଯୋଗ ହେପାଜତରେ ରଖିଥାନ୍ତି । 

ସେପଟେ ଦୀଘା ଠାରେ ଯେଉଁ ବିଗ୍ରହକୁ ନେଇ ବିବାଦ ଦେଖାଦେଇଛି ସେନେଇ ମଧ୍ୟ ପ୍ରତିକ୍ରିୟା ରଖି ସେ କହିଛନ୍ତି, ଦୀଘା ଠାରେ ଯେଉଁ ବିଗ୍ରହ ପୂଜା ପାଉଛନ୍ତି ତାହା ମହାପ୍ରଭୁଙ୍କ ଦାରୁରେ ନିର୍ମାଣ ହେବା ଅସମ୍ଭବ । ଦୀଘା ଜଗନ୍ନାଥ ମନ୍ଦିରରେ ଅଢେଇରୁ ତିନି ଫୁଟର ମୂର୍ତ୍ତିକୁ ସ୍ଥାପନ କରାଯାଇଛି । ତେଣୁ ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ସମ୍ଭବ ନୁହେଁ । ତେବେ ସେ ଯାହା ବି ହେଉ ମହାପ୍ରଭୁଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ ବୋଲି ମୁଖ୍ୟ ବିଶ୍ଵକର୍ମା ବିଜୟ ମହାପାତ୍ର କହିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏହି ଘଟଣା ନେଇ ସଠିକ୍ ମତ ରଖିବେ ବୋଲି ସେ ମତ ରଖିଛନ୍ତି ।



You Can Read:

ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା ଦାୟର କଲେ ମନମୋହନ ସାମଲ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.