ଭୁବନେଶ୍ବର ୨୯।୭: ଦେଶର ଟପ୍ ଥ୍ରୀ ମହାନଗର ନିଗମରେ ରହିବ ଭୁବନେଶ୍ୱରର ନାଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଉନ୍ନୟନ ମୂଳକ ଯୋଜନା ଲାଗୁ କରାଯାଇ ବିଏମସିକୁ କରିବେ ସରସ ସୁନ୍ଦର । ବିଏମ୍ସି କାର୍ଯ୍ୟାଳୟରେ ଟ୍ରାନ୍ସପରେନ୍ସି ରକ୍ଷା କରିବା, କର୍ମଚାରୀଙ୍କ ସୁରକ୍ଷା ଦେବାକୁ ଦିଆଯିବ ଗୁରୁତ୍ଵ । ଭୁବନେଶ୍ୱର ନାଗରିକ ମାନେ ପାଇବେ ସବୁ ସୁବିଧା ସୁଯୋଗ । ବିଧିବଦ୍ଧ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ନୂଆ ବିଏମ୍ସି କମିଶନର ଚଞ୍ଚଳ ରାଣା ଏହା କହିଛନ୍ତି ।
୧୭ ତମ ବିଏମ୍ସି କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଳ ରାଣା । ବିଏମ୍ସିର ଭାରପ୍ରାପ୍ତ ବିଏମ୍ସି କମିଶନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ନୂଆ କମିଶନର । କାର୍ଯ୍ୟରେ ଯୋଗଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ବିଏମ୍ସି ସମସ୍ତ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଭୁବନେଶ୍ୱରକୁ ସରସ ସୁନ୍ଦର କରିବା ସହ ସଠିକ୍ ଢଙ୍ଗରେ ପରିଚାଳନା କରିବା ସବୁଠୁ ବଡ ଚାଲେଞ୍ଜ ରହିବ । ଡ୍ରେନେଜ୍, ସ୍ୱରେଜ, ପାର୍କିଂ, ଲାଇଟ୍ ଓ ବସ୍ତି ସମସ୍ୟା ଠାରୁ ଆରମ୍ଭ କରି ନାଗରିକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସାରା ଦେଶରେ ଟପ୍ ୩ରେ ସ୍ଥାନ ହାସଲ କରିବାର ଲକ୍ଷ୍ୟ ରହିବ ବୋଲି କମିଶନର କହିଛନ୍ତି ।
You Can Read:
ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା : ଅଭିଯୁକ୍ତ ନିରଞ୍ଜନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ