LIVE TV

ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଜୀଶାନଙ୍କ ବଡ ଖୁଲାସା, କହିଲେ- ମୁଁ କେବେ ବି ମୁମ୍ଵାଇ ଯାଇନି...

NEWS7
i-will-slap-you-rishabh-pant-your-injury-has-spoiled-the-team-combination-india-legend-kapil-dev-shocks-with-unexpected-remark

ନୂଆଦିଲ୍ଲୀ ୧୯।୧୧; ବରିଷ୍ଠ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡର ଦାୟିତ୍ୱ ନେଇଥିଲା। ଏବେ ବର୍ଷକ ପରେ, ହତ୍ୟାର ମାଷ୍ଟରମାଇଣ୍ଡ ଏବଂ ମୁମ୍ବାଇ ପୋଲିସ ଚାର୍ଜସିଟରେ ଅଭିଯୁକ୍ତ ନମ୍ବର ୨ ଜିଶାନ ଅଖତର ସ୍ୱୀକାର କରିଛନ୍ତି ଯେ ସେ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ସତ ହେଲେ ସେ କେବେ ମୁମ୍ବାଇ ଯାଇ ନଥିଲେ।

ପଳାତକ ଜିଶାନ ଅଖତର ଏକ ସାକ୍ଷାତକାରରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଜିଶାନ କହିଛନ୍ତି ଯେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ। ସେ ଦାବି କରିଛନ୍ତି ଯେ ସେ କେବେ ମୁମ୍ବାଇ ଯାଇ ନଥିଲେ, କିନ୍ତୁ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ହତ୍ୟା ପାଇଁ କୌଣସି ଟଙ୍କା ମଧ୍ୟ ପାଇ ନାହାନ୍ତି। ଆମେ ଭାଇଚାରାରେ ହତ୍ୟା କରିଥିଲୁ। କିନ୍ତୁ ମୁଁ କେବେ ଭାରତ ଆସିବିନାହିଁ । ମୁଁ କେବେ ବି ମୁମ୍ବାଇ ମଧ୍ୟ ଯାଇନାହିଁ। ଆମର ପିଲାମାନେ ବାବା ସିଦ୍ଦିକୀଙ୍କୁ ହତ୍ୟା କରିଛନ୍ତି। ମୁଁ ନିଜେ ଏହା କରିନାହିଁ। ଲରେନ୍ସ ଗ୍ୟାଙ୍ଗ ସହିତ କୌଣସି ସମ୍ପର୍କ ନାହିଁ। ଉଭୟଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିପାଇଁ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

ମୁଁ କାହିଁକି ଆତ୍ମସମର୍ପଣ କରିବି?

ଜୀଶାନ କହିଥିଲେ, "ମୁଁ କେବଳ କିଛି ଅପରାଧ କରିଥିଲି , କିନ୍ତୁ ପୋଲିସ ମୋତେ ଫସାଇ ଦେଇଛି ଏବଂ ମୋତେ ଗ୍ୟାଙ୍ଗଷ୍ଟର ବୋଲି ପ୍ରମାଣିତ କରିଛି। ମୋ ବିରୁଦ୍ଧରେ ୧୬-୧୭ଟି ମାମଲା ଅଛି। କେବଳ ମୁମ୍ବାଇ ପୋଲିସ ନୁହେଁ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବ ପୋଲିସ ମଧ୍ୟ ମୋତେ ଖୋଜୁଛି। ମୁଁ କାହିଁକି ଆତ୍ମସମର୍ପଣ କରିବି? ମୋ ଉପରେ ମିଛ ଅଭିଯୋଗ ଲଗାଯାଇଛି। ଏବେ ମୁଁ ଅପରାଧ ଜାରି ରଖିବି। ବାବା ସିଦ୍ଦିକିଙ୍କ ହତ୍ୟା ପଛର କାରଣ ପ୍ରକାଶ କରି ଜୀଶାନ କହିଛନ୍ତି ଯେ ଲରେନ୍ସ ଗ୍ୟାଙ୍ଗର ଜଣେ ବ୍ୟକ୍ତିଙ୍କୁ ହାଜତରେ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ବାବା ସିଦ୍ଦିକିଙ୍କୁ ଟାର୍ଗେଟ କରାଯାଇଥିଲା।