ପତ୍ନୀହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

Published By : Prameya-News7 Bureau | May 30, 2025 IST

ଖୋର୍ଦ୍ଧା ୩୦ପତ୍ନୀହନ୍ତା ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ । ଏହି ମାମଲାର ବିଚାର କରି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ(ଏଡିଜେ-୧) ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ସ୍ବାମୀ ଦୀପ୍ତିମାନ ସାହୁଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡାଦେଶ ଭୋଗିବେ ଅଭିଯୁକ୍ତ । 

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ବାଣିଗୋଛା ଥାନା ବାଲିଆପଦର ଗ୍ରାମର ଦୀପ୍ତିମାନ ୨୦୨୦ ଜାନୁଆରୀ ୧୯ ତାରିଖରେ ସ୍ତ୍ରୀ ରୁନିତାଙ୍କୁ ଜଙ୍କିଆ ଥାନା ଅନ୍ତର୍ଗତ କାୟା କାଜୁ ଜଙ୍ଗଲରେ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଥିଲେ । ମୃତକଙ୍କ ଭାଇ ବିକାଶ ସାହୁ ଜଙ୍କିଆ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ସ୍ବାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଶୁକ୍ରବାର ଏହି ମାମଲାର ବିଚାର କରି ଏଡିଜେ ପ୍ରଥମ ୨୫ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସୁକ୍ୟୁଟେର ରଜନୀ ପଟ୍ଟନାୟକ ମାମଲା ପରିଚାଳନା କରିଛନ୍ତି ।

You Can Read:

ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ବିସ୍ଫୋରକ ଜବତ, ଝାଡ଼ଖଣ୍ଡ ସୀମାରୁ ମିଳିଥିଲା ସୂଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.