ଉଦଳା ୨୭।୫: ସାବିତ୍ରୀ ରାତିରେ ସ୍ୱାମୀ ପରକଲା ସ୍ତ୍ରୀକୁ । ଗର୍ଭବତୀ ସ୍ତ୍ରୀକୁ ରାସ୍ତା ପାଖରେ ଛାଡି ମାରିଲା ଚମ୍ପଟ । ଆଉ ଗୁରୁତର ଅବସ୍ଥାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କଲେ ଗ୍ରାମର ମହିଳା । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗ୍ରାମରୁ ।
ବାଲେଶ୍ୱର ଜିଲ୍ଲା ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ତାଙ୍କ ୫ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଶ୍ୱଶୁର ଘର ଉଦଳା ଥାନା କୁଟଲିଂ ଗ୍ରାମକୁ ଆସୁଥିଲେ । ହେଲେ ଅଧା ରାସ୍ତାରେ କ’ଣ ହେଲା କେଜାଣି ଗର୍ଭବତୀ ସ୍ତ୍ରୀକୁ ଦରିପାଳ ଗ୍ରାମ ନିକଟରେ ବିଚ୍ ରାସ୍ତାରେ ଏକୁଟିଆ ଛାଡି ଫେରାର ହୋଇଯାଇଥିଲା ସ୍ୱାମୀ ସୁବ୍ରତ । ତେବେ ଦୀର୍ଘ ସମୟ ଧରି ସନ୍ଧ୍ୟାରେ ଅନ୍ଧାରରେ ରାସ୍ତାରେ ପାର୍ଶ୍ଵରେ ଗର୍ଭବତୀ ପଡି ରହିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ହେଲେ ଦରିପାଳ ଗ୍ରାମର ମହିଳା ସୁମିତ୍ରା ନାଏକ ସାଜିଲେ ଦେବଦୂତ । ଗୁରୁତର ଅବସ୍ଥାରେ ପଡ଼ିଥିବା କଳାବତୀଙ୍କୁ ଆଣି ନିଜ ଘରେ ରଖିବା ସହିତ ଆମ୍ବୁଲାନ୍ସକୁ ଡକାଇଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ଏବଂ ସୁମିତ୍ରା ମିଶି ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ସଂକଟାପନ୍ନ ରହିଛି । ସେପଟେ ଦରିପାଳ ଗ୍ରାମବାସୀ ମହିଳାଙ୍କ ସ୍ୱାମୀକୁ ଖୋଜି ଆଣି ଉଦଳା ମେଡିକାଲ ପହଞ୍ଚାଇଥିଲେ ।
You Can Read:
ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ହେଲେ ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ