NREGAର ନାଁ ପରିବର୍ତ୍ତନ କରିବା ଗାନ୍ଧୀଜୀଙ୍କ ପ୍ରତି ଅସମ୍ମାନ, ପଲ୍ଲୀରୁ ଦିଲ୍ଲୀ ଯାଏଁ କଂଗ୍ରେସ ଏହାକୁ ବିରୋଧ କରିବ

NEWS7
husband-killed-wife-in-patna-of-keonjhar-district

ଭୁବନେଶ୍ୱର ୨୧।୧୨ : ମନରେଗାରୁ ମହାତ୍ମା ଗାନ୍ଧୀଙ୍କ ନାଁ କାଟିବା ସହ ଅଧିକାଂଶ ଜବ କାର୍ଡ କାଟିବାର ଏହି ଚକ୍ରାନ୍ତ ହୋଇଛି । ଦେଶବାସୀଙ୍କ ହୃଦୟକୁ ଏହା ଆଘାତ ଦେଇଛି। ଏମିତି କିଛି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକ ଦାଦନ ଖଟିବାକୁ ଯାଉଥିବାରୁ ୨୦୦୫-୦୬ରେ ତତ୍କାଳୀନ କଂଗ୍ରେସ ସରକାର ନରେଗା ଯୋଜନା ଆରମ୍ଭ କରିଥିଲା । ଜାତିର ଜନକଙ୍କ ସହ ଏହାକୁ ଯୋଡ଼ା ଗଲା, କାରଣ ସେ ଗ୍ରାମ ସ୍ୱରାଜକୁ ସମ୍ମାନ ଯାଇଥିଲେ । ଗାଁର ବିକାଶରେ ଦେଶର ବିକାଶ ହୁଏ, ହେଲେ ବର୍ତ୍ତମାନର ସରକାର ଗାନ୍ଧୀଜୀଙ୍କୁ ନ୍ୟୁନ କରିବାକୁ ନାଁ କାଟିଲା । ନେହେରୁ ଓ ଗାନ୍ଧୀଙ୍କୁ ନେଇ ବିଭ୍ରାନ୍ତି କରିବାକୁ ଏସବୁ କରୁଛି ବିଜେପି ସରକାର । ଜୀ ରାମ ଜୀ କରି ରାମଙ୍କ ନାଁ ଯୋଡ଼ିଲେ । କାରଣ ବିନା ରାମ ବିଜେପିର ଅସ୍ତିତ୍ୱ ନାହିଁ । ଏହି କାମକୁ କଂଗ୍ରେସ ବିରୋଧ କରୁଛି | ପଲ୍ଲୀରୁ ଦିଲ୍ଲୀ ଯାଏଁ ଏହାକୁ ବିରୋଧ କରାଯିବ  ଏଥିପାଇଁ ଆଗକୁ ଆଉ ଲୋକ ରୋଜଗାର ପାଇବେ ନାହିଁ ।