ପାରିବାରିକ କଳହରୁ ବୀଭତ୍ସ ହତ୍ୟାକାଣ୍ଡ : ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ

Published By : Prameya-News7 Bureau | July 27, 2025 IST

ସୁନ୍ଦରଗଡ ୨୭।୭: ବୀଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡି ଶାଗଜୋର ପଞ୍ଚାୟତ କଦଳୀଢ଼ିପା ଗ୍ରାମରେ ସ୍ବାମୀକୁ ସ୍ତ୍ରୀ ହତ୍ୟା କରିଛି । ସ୍ତ୍ରୀର ଶାବଳ ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୩୨ ବର୍ଷ ବୟସ୍କ ସୁଦୀପ ବାରା । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରବିବାର ସକାଳୁ ହତ୍ୟାକାଣ୍ଡର ଖବର ପାଇ ରାଜଗାଙ୍ଗପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ସ୍ତ୍ରୀକୁ ପୋଲିସ ଗିରଫ କରିଛି । ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

You Can Read:

ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଉପ ମୁଖ୍ୟମନ୍ତ୍ରୀ କହିଲେ- ପୋଲିସ ତା କାମ କରିବ ଆଉ ଆଇନ ତା ବାଟରେ ଯିବ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.