ବୈପାରୀଗୁଡା ୨୪।୭: ଫେଲ୍ ମାରିଲା ମାଓବାଦୀଙ୍କ ଚାଲ୍ l ବିଏସଏଫ ଯବାନଙ୍କ ଦ୍ବାରା ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବିଏସଏଫ ଯବାନଙ୍କୁ ଟାର୍ଗେଟ୍ କରି ନଦୀ ପାର୍ଶ୍ୱ ପାହାଡ ତଳେ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଘୋଡାଘାଟ ସାବେରୀ ନଦୀ କୂଳରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ବିଶେଷ ସୂତ୍ରରୁ ଖବର ପାଇ ରାମଗିରି ୧୮୦ ବିଏସଏଫ ଯବାନ ଉକ୍ତ ଅଞ୍ଚଳରେ ଅପରେସନ ଜୋରଦାର ଆରମ୍ଭ କରିଥିଲେ । ଅତି ସତର୍କତାର ସହ ନଦୀ ପାର୍ଶ୍ଵ ପାହାଡ଼ ଉପରେ ଚଢ଼ି ବୋମା ସନ୍ଧାନ ମେସିନ ଦ୍ବାରା ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ସାବେରୀ ନଦୀ କୂଳ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଜିଲୋଟିନ୍ ଷ୍ଟିକ୍ ଥିବା ଜଣାପଡିଥିଲା । ତୁରନ୍ତ ସମସ୍ତ ଜିଲୋଟିନ୍ ଷ୍ଟିକ୍ ବାହାର କରାଯାଇଥିଲା । ବିଏସଏଫ କ୍ୟାମ୍ପକୁ ଆଣିବା ପରେ ଜବତ କରାଯାଇଥିବା ଜିଲୋଟିନ୍ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି । ଜବତ ଜିଲୋଟିନ୍ ଷ୍ଟିକ୍ ଗୁଡ଼ିକୁ ବୈପାରୀଗୁଡା ଥାନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
You Can Read:
ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍ରୁ ଖସିଲା ଗୋଟିଏ ବଗି