ଜୁନ୍' ୧୬ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | June 16, 2025 IST

ମେଷ- ଦଶମ ଚନ୍ଦ୍ର ରହିଥିବାରୁ ଯୋଗୁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। କ୍ୟାରିୟରକୁ ଆଗକୁ ନେବା ପାଇଁ ଦିନଟି ବହୁତ ଭଲ ରହିଛି। ରୋଜଗାରରେ ବୃଦ୍ଧି ହେବ। ପରିବାରରେ ଖୁସି ଲାଗି ରହିବ। ଛାତ୍ରଛାତ୍ରୀମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ବୃଷ- ରାଶି ପାଇଁ ନବମ ଚନ୍ଦ୍ର ଏବଂ ଶୁକ୍ଳ ପକ୍ଷ ହୋଇଥିବାରୁ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଉଚ୍ଚସମ୍ମାନର ଅଧିକାରୀ ହେବେ। ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ- ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ। ମାନ ହାନି ହୋଇପାରେ। ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କର୍କଟ- ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ ହେବ। ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ସଫଳ ହେବେ।

ସିଂହ- ଦିନଟି ବହୁତ ଭଲ ରହିଛି। ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ। ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀମାନଙ୍କର ଭ୍ରମଣ ଯୋଗ ରହିଛି।

କନ୍ୟା- ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି ।

ତୁଳା- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ। ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ।

ବିଛା- ଦିନଟି ବହୁତ ଭଲରେ କଟିବ। ସେବା ପୂଜାରେ ମନୋନିବେଶ କରିବେ। ଚାକିରି ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ। ବ୍ୟବସାୟରେ ଧୀର ପ୍ରଗତି ହେବ। ବନ୍ଧୁଙ୍କ ସହ ଭ୍ରମଣ ଯୋଗ ରହିଛି। ନୂଆ ସଂପତ୍ତି କ୍ରୟ କରିବେ।

ଧନୁ - ଦ୍ଵିତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି। ଆୟର ଯୋଗ ରହିଛି। କାହାକୁ ଉଧାର ଦିଅନ୍ତୁ ନାହିଁ। ଉଚ୍ଚ ସ୍ଥାନରୁ ଖୁସିର ବାର୍ତ୍ତା ମିଳିବ।

ମକର- ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ।

କୁମ୍ଭ- ଦିନଟିରେ ସାମାନ୍ୟ କଳହ ଯୋଗ ରହିବ। ବ୍ୟବସାୟରେ ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ।

ମୀନ- ଏକାଦଶ ଚନ୍ଦ୍ର କାଳ ଭୋଗ ହେଉଥିବାରୁ ଭାଗ୍ୟର ସାଥ ମିଳିବ।ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତିରେ ନୂଆ ଆଶା ଦେଖା ଦେବ। ମିତ୍ରଙ୍କ ସହ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟରେ ଅଧିକ ଲାଭ ମିଳିବ। ଗୃହକୁ ବନ୍ଧୁଙ୍କ ଆଗମନ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.