କଟକ: ଭିନ୍ନକ୍ଷମ ନାବାଳକ, ନାବାଳିକା ମାନଙ୍କ କ୍ଷେତ୍ରରେ ହେଉଥିଵା ଅପରାଧ ଘଟଣା ଗୁଡ଼ିକରେ ଜୁଭେନାଇଲ ଜଷ୍ଟିସ ଆଇନ୍ ଓ ପକ୍ସୋ ଆଇନର କାର୍ଯ୍ୟକାରିତା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ୟୁନିସେଫ, ରାଜ୍ୟ ମହିଳ ଓ ଶିଶୁ ବିକାଶ ଵିଭାଗ ଓ ହାଇକୋର୍ଟର ଜୁଭେନାଇଲ ଜଷ୍ଟିସ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରଣ ସିଂ ଉଦଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ହାଇକୋର୍ଟ ଜୁଭେନାଇଲ ଜଷ୍ଟିସ କମିଟିର ଅଧ୍ୟକ୍ଷ ଜଷ୍ଟିସ ଦେବବ୍ରତ ଦାସ,ୟୁନିସେଫର ଚିଫ ଫିଲ୍ଡ ଅଫିସର ଉଇଲିୟମ ହାନଲନ ଜୁନିଅର , ମହିଳା ଓ ଶିଶୁ ବିକାଶ ଵିଭାଗର ପ୍ରମୁଖ ସଚିବ ଶୁଭ୍ରା ଶର୍ମା, ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ଜୁଭେନାଇଲ ଜଷ୍ଟିସ କମିଟିର ସଦସ୍ୟା ଜଷ୍ଟିସ ସାବିତ୍ରୀ ରଥ ପ୍ରମୁଖ ଯୋଗଦେଇ ଏହି ଆଲୋଚନାଚକ୍ରରେ ନିଜର ମତାମତ ରଖିଥିଲେ।
Also read: ଏଥର ଦୁର୍ଗାପୂଜାରେ ମଦମୁକ୍ତ ଭସାଣୀ, ଡିଜେମୁକ୍ତ ରୋଷଣୀ ପାଇଁ ନିଷ୍ପତ୍ତି, ଜୋରଜବରଦସ୍ତ ଚାନ୍ଦା ମାଗିଲେ ହେବ ଏତଲା
ବିଶେଷ କରି ଭିନ୍ନକ୍ଷମ ନାବାଳକ ଵା ନାବାଳିକା କୈାଣସି ଅପରାଧର ଶୀକାର ହେଲେ ସେମାନଙ୍କର ବୟାନ ରେକର୍ଡ କରିବା,ବାକ୍ ଶକ୍ତି ନଥିଲେ ସେମାନଙ୍କ ପାଇଁ ଇଣ୍ଟରପ୍ରିଟର ଵ୍ୟଵସ୍ଥା, ଦୃଷ୍ଟି ଶକ୍ତି ନଥିଵା ପିଲାଟିଏ ଅପରାଧର ଶୀକାର ହେଲେ ତାଙ୍କ ପାଇଁ ସାକ୍ଷୀ, ପ୍ରମାଣ ଯୋଗାଡ କରିଵା, ବୟାନ ଆଦି ରେକର୍ଡ କରିବାରେ ଆହୁରି ଅନେକ କିଛି କରିଵାର ଆଵଶ୍ୟକତା ଅଛି ଵୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା।