ବିଶ୍ୱବାସୀ ପିନ୍ଧିବେ ଭାରତୀୟ ପୋଷାକ : ମହାତ୍ମା ଗାନ୍ଧିଙ୍କ ନାଁରେ ଯୋଜନା, ବଜେଟ୍-୨୦୨୬ରେ ବୟନ ଶିଳ୍ପକୁ ଫୋକସ୍

NEWS7
how-to-leave-drinking-habit-by-homely-way

ନୂଆଦିଲ୍ଲୀ, ୦୧|: ସଂସଦରେ୨୦୨୬-୨୦୨୭ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଉପରେ ସରକାରଙ୍କ ଗୁରୁତ୍ୱ ଥିବା ପ୍ରକାଶ କରିଛନ୍ତି । ଦେଶରେ କିପରି ବୟନ ଶିଳ୍ପର ବିକାଶ ହୋଇପାରିବ ସେନେଇ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି ।

କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ବୟନ ଶିଳ୍ପ ତଥା ଶିଳ୍ପର ବିକାଶ ନେଇ ଅନେକ ଯୋଜନା ବାବଦରେ ଉଲ୍ଲେଖ କରିଛନ୍ତି । ନିର୍ମଳାଙ୍କ ଘୋଷଣା ଅନୁସାରେ, ରାଷ୍ଟ୍ରୀୟ ଫାଇବର୍ ଯୋଜନାରେ ରେଶମ ଏବଂ ଝୋଟ ଉପରେ ସ୍ବତନ୍ତ୍ର ଫୋକସ ଦିଆଯିବ । ଏଥିରେ ରୋଜଗାର ବୃଦ୍ଧି ପାଇଁ କାର୍ଯ୍ୟ କରାଯିବ । ହ୍ୟାଣ୍ଡଲୁମ୍ ମିଶନ ଜରିଆରେ ବୟନ ଶିଳ୍ପରେ ନିୟୋଜିତ ବ୍ୟକ୍ତି ତଥା ଅନୁଷ୍ଠାନକୁ ପ୍ରୋତ୍ସାହନ ମିଳିବ ।

ସେହିପରି ସମର୍ଥ୨.୦ଜରିଆରେ ବୟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ । ଦେଶରେ ଅନେକ ମେଗା ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏହା ଜରିଆରେ ଖଦି, ହ୍ୟାଣ୍ଡିକ୍ରାଫ୍ଟ୍ ଉପରେ ସରକାର ଜୋର ଦେବେ । ଏଥିରେ ଗାଁ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦନ ଏବଂ ଗ୍ରାମାଞ୍ଚଳରେ ରହୁଥିବା ଯୁବକଙ୍କୁ ରୋଜଗାରର ବାଟ ଫିଟିବ ।୨୦୦ଟି ଲିଗାସି କ୍ଲଷ୍ଟର୍ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବ ।

ସେହିପରି ସରକାର ମହାତ୍ମା ଗାନ୍ଧି ଗ୍ରାମ ସ୍ୱରାଜ ଯୋଜନା ଆରମ୍ଭ କରିବେ । ଏଥିରେ ହସ୍ତତନ୍ତ ଶିଳ୍ପକୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଦେବା ପାଇଁ ପ୍ରୟାସ କରାଯିବ । ଯାହା ତାଲିମ ଏବଂ ଗୁଣବତ୍ତାକୁ ବୃଦ୍ଧି କରିବ । ଗ୍ରାମର ଯୁବକମାନେ ଏହାଦ୍ୱାରା ଉପକୃତ ହେବେ ।