ବଜେଟ୍ କାଉଣ୍ଟଡାଉନ୍, ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ରହିବ ବିଶେଷ ?

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୦୧/୦୨: ଆଜି ଆସିବ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟରେ କାହାକୁ କ’ଣ ମିଳିବ? ଖାସ୍ କରି ଓଡ଼ିଶାର ଭାଗ କେତେ ରହିବ ସେନେଇ ସମସ୍ତଙ୍କ ଅପେକ୍ଷା । ତେବେ ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ? 

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିପାରେ ବଡ଼ ପଦକ୍ଷେପ ବୋଲି ସଭିଙ୍କର ଆଶା । ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି ।

ବଜେଟ୍‌ ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର ହିସାବ ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ  ହୋଇଥାଏ ପ୍ରଚୁର ଅର୍ଥ । ଭାରତୀୟ ସମ୍ବିଧାନ ଧାରା  ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି  ନାହିଁ । 

ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ ସଂସଦରେ ବଜେଟ୍‌ ଉପସ୍ଥାପନ ଏବଂ ଅନୁମୋଦନର ନିୟମ ରହିଛି । ତେଣୁ ବଜେଟରୁ ଦେଶବାସୀ ବହୁତ କିଛି ଆଶା କରନ୍ତି । ୨୦୨୫- ୨୬ ବଜେଟରୁ ସାଧାରଣ ଲୋକ ଓ  ଅର୍ଥନୈତିକ ବିଶାରଦ ଯାହା ଆଶା କରନ୍ତି ତାହା ଆଲୋଚନା ସାପେକ୍ଷ । ବଜେଟ୍‌ ଉପରେ ସବୁଠୁ ବେଶୀ ଆଶା ଥାଏ ଆୟକର ଦାତାଙ୍କର । 

also read..

ସାଧାରଣ ବଜେଟ୍; ମଧ୍ୟବିତ୍ତ, ମହିଳା, ଗରିବଙ୍କୁ ମିଳିପାରେ ପ୍ରାଧାନ୍ୟ, ବଡ଼ ଘୋଷଣା ଉପରେ ନଜର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.