LIVE TV

ଟ୍ରମ୍ପଙ୍କୁ ସମର୍ଥନ କଲେ ପିଏମ୍‌ ମୋଦି : ଆଉ କେତୋଟି ଦେଶ 'ଗାଜା ପିସ୍‌ ପ୍ଲାନ'କୁ କଲେ ସପୋର୍ଟ ...ଜାଣନ୍ତୁ

NEWS7
Gaza peace plan

ନୂଆଦିଲ୍ଲୀ : ଗାଜାରେ ଜାରି ସଂଘର୍ଷ ଖୁବ୍‌ ଶୀଘ୍ର ବନ୍ଦ ହେବାର ସମ୍ଭାବନା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ସାକ୍ଷାତ୍‌ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପିସ୍‌ ପ୍ଲାନ୍‌ ଘୋଷଣା କରିଛନ୍ତି, ଯେଉଁଥିରେ ୭୨ ଘଣ୍ଟାରେ ବନ୍ଧକଙ୍କୁ ମୁକ୍ତ କରିବାର ପ୍ରସ୍ତାବ ରହିଛି। ବିଶେଷ କଥା ଏହା ଯେ, ଏହି ୨୦ ସୂତ୍ରୀୟ ଯୋଜନାକୁ ଭାରତ ସମେତ ଅନେକ ଦେଶ ସମର୍ଥନ କରିଛନ୍ତି। ବର୍ତ୍ତମାନ , ଏହା ସ୍ପଷ୍ଟ ହୋଇ ନାହିଁ ଯେ, ହମାସ ଏହାକୁ ମଞ୍ଜୁରୀ ଦେଇଛି ନା ନାହିଁ।

ଟ୍ରମ୍ପ ସୋମବାର ଇସ୍ରାଏଲ-ହମାସ ଯୁଦ୍ଧକୁ ସମାପ୍ତ କରିବା ଓ ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ୍‌ ଅଞ୍ଚଳରେ ଯୁଦ୍ଧୋତ୍ତର ଶାସନ ସ୍ଥାପିତ କରିବା ପାଇଁ ଏକ ୨୦-ସୂତ୍ରୀୟ ଯୋଜନା ଉନ୍ମୋଚନ କରିଛନ୍ତି। ଟ୍ରମ୍ପଙ୍କ ଯୋଜନା ଅନୁସାରେ, ଏକ ଅସ୍ଥାୟୀ ପରିଚାଳନା ବୋର୍ଡର ସ୍ଥାପନା କରାଯିବ , ଯାହାର ଅଧ୍ୟକ୍ଷ ଟ୍ରମ୍ପ ହେବେ। ଏହି ବୋର୍ଡରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟିନୋ ବ୍ଲେୟର ମଧ୍ୟ ସାମିଲ ହେବେ।

ଯୋଜନା ଅନୁସାରେ, ଯଦି ଦୁଇ ପକ୍ଷ ଏହାକୁ ସ୍ୱୀକାର କରନ୍ତି ତ ଯୁଦ୍ଧ ତୁରନ୍ତ ଶେଷ ହୋଇ ଯିବା ଉଚିତ୍‌। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଇସ୍ରାଏଲ ଦ୍ୱାରା ଯୋଜନା ସ୍ୱୀକାର କରାଯିବାର ୭୨ ଘଣ୍ଟା ମଧ୍ୟରେ ଅବଶିଷ୍ଟ ସମସ୍ତ ବନ୍ଧକଙ୍କୁ ମୁକ୍ତି କରି ଦିଆ ଯିବ। ଟ୍ରମ୍ପ କହିଛନ୍ତି ଯେ, ଯଦି ହମାସ ପ୍ରସ୍ତାବିତ ଶାନ୍ତି ଚୁକ୍ତିକୁ ସ୍ୱୀକାର କରେ ତ ତାକୁ (ହମାସ) ହରାଇବା ପାଇଁ ଇସ୍ରାଏଲକୁ ଆମେରିକାର ପୂର୍ଣ୍ଣ ସମର୍ଥନ ମିଳିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ଗାଜା ସଂଘର୍ଷକୁ ବନ୍ଦ କରାଇବା ସମ୍ୱନ୍ଧୀୟ ଯୋଜନାକୁ ମଙ୍ଗଳବାର ସ୍ୱାଗତ କରିଛନ୍ତି। ସେ କହିଛନ୍ତି , ସବୁ ସମ୍ୱନ୍ଧିତ ପକ୍ଷ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରୟାସ ପାଇଁ ଏକାଠି ହେବେ ଏବଂ ସଂଘର୍ଷକୁ ଶେଷ କରିବା ତଥା ଶାନ୍ତି ସୁନିଶ୍ଚିତ କରିବାର ଏହି ପ୍ରୟାସର ସମର୍ଥନ କରିବେ।

ଆଠଟି ଆରବ ଓ ମୁସଲିମ୍‌ ବହୁଳ ଦେଶ ଗାଜାରେ ଯୁଦ୍ଧ ସମାପ୍ତ କରିବା ଓ ଅଶାନ୍ତ କ୍ଷେତ୍ରରେ ଶାନ୍ତି ବିସ୍ତାର କରିବା ପାଇଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨୦ –ସୂତ୍ରୀୟ ଯୋଜନାର ମଙ୍ଗଳବାର ସ୍ୱାଗତ କରିଛନ୍ତି। ଜାର୍ଡନ, କତାର, ସଂଯୁକ୍ତ ଆରବ ଏମିରେଟ୍‌, ଇଣ୍ଡୋନେସିଆ , ପାକିସ୍ତାନ , ତୁର୍କୀ , ସାଉଦୀ ଆରବ ଓ ମିଶରର ବିଦେଶୀ ମନ୍ତ୍ରୀ ମାନେ ଶାନ୍ତି ଯୋଜନାର ସ୍ୱାଗତ କରିଛନ୍ତି। ଏହାସହ ଫ୍ରାନ୍ସ , ଇଟାଲୀ , ବ୍ରିଟେନ , ଜର୍ମାନୀ , ୟୁରୋପୀୟ ପରିଷଦ ମଧ୍ୟ ଟ୍ରମ୍ପଙ୍କର ଯୋଜନା ଉପରେ ସହମତି ପ୍ରକାଶ କରିଛନ୍ତି।

ଲଗାତାର ତିନି ବର୍ଷରୁ ଜାରି ଯୁଦ୍ଧରେ ୬୬,୦୦୦ରୁ ଅଧିକ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛୁ। ମନ୍ତ୍ରଣାଳୟ ନିଜର ଦୈନିକ ରିପୋର୍ଟରେ କହିଛି ଯେ, ସାତ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଦୁଇ ପକ୍ଷରେ ଲାଗି ଥିବା ଯୁଦ୍ଧ ମୃତକ ପାଲେଷ୍ଟାଇନଙ୍କ ସଂଖ୍ୟା ବୃଦ୍ଧି ପାଇ ୬୬,୦୦୫ ହୋଇ ଯାଇଛି।

ରିପୋର୍ଟ ମୁତାବିକ , ଇସ୍ରାଏଲ-ହମାସ ଯୁଦ୍ଧରେ ଏବେସୁଦ୍ଧା ୧,୬୮,୧୬୨ ପାଲେଷ୍ଟାଇନ ଆହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯେ, ମୃତକଙ୍କ ମଧ୍ୟରେ ୭୯ ଏମିତି ପାଲେଷ୍ଟାଇନ୍‌ ମଧ୍ୟ ସାମିଲ ଅଛନ୍ତି, ଯାହାଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ଗାଜାରେ ଏବେ ବି ୪୮ ଜଣ ବନ୍ଧକ ଅଛନ୍ତି।