କାନାଡ଼ାକୁ ଟ୍ରମ୍ପଙ୍କ ଧମକ: ଚୀନ ସହ ଟ୍ରେଡ୍ ଡିଲ୍ କଲେ ତୁରନ୍ତ ୧୦୦% ଶୁଳ୍କ ଲଗାଇବୁ

NEWS7
housing-and-urban-development-minister-meets-slum-dwellers-in-bhubaneswer

ନୂଆଦିଲ୍ଲୀଭାରତ,ଚୀନ, ବ୍ରାଜିଲ, ୟୁରୋପ ପରେ ଏବେ କାନାଡ଼ାକୁ ଶୁଳ୍କ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ସୋସିଆସ୍ ମିଡିଆ ଟ୍ରୁତ୍ ସୋସାଲ୍‌ରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ ଯଦି କାନାଡ଼ା ଚୀନ ସହ ବାଣିଜ୍ୟ ଚୁକ୍ତିକୁ ଆଗକୁ ବଢ଼ାଏ ତେବେ ସେ କାନାଡ଼ାରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୧୦୦% ଶୁଳ୍କ ଲଗାଇବେ। ଟ୍ରମ୍ପଙ୍କର ଏହି ବୟାନ ଉତ୍ତର ଆମେରିକାର ଅର୍ଥନୈତିକ ସମନ୍ୱୟ ଉପରେ ଉତ୍ତେଜନା ବୃଦ୍ଧି କରିବ।

ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ସିଧାସଳଖ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଟାର୍ଗେଟ କରି କହିଛନ୍ତି। ଏବଂ ସେ କାନାଡାକୁ ଆମେରିକାରେ ଚୀନ୍ ସାମଗ୍ରୀ ପାଇଁ ଏକ ପଥ ହେବାକୁ ଦେବେ ନାହିଁ ବୋଲି ଟ୍ରମ୍ପ ଲେଖିଛନ୍ତି।

ଟ୍ରମ୍ପ ଲେଖିଛନ୍ତିଯଦି ଗଭର୍ଣ୍ଣର କାର୍ନି ଭାବୁଛନ୍ତି ଯେ ସେ କାନାଡାକୁ ଚୀନ ସାମ୍ରୀ ପାଇଁ 'ଡ୍ରପ୍ ଅଫ୍ ପୋର୍ଟ' କରିବେ ଓ ସେହି ସାମଗ୍ରୀ ଆମେରିକାକୁ ପଠାଇବେ ତେବେ ସେ ସମ୍ପୂର୍ଣ୍ଣ ଭୁଲ୍ କରୁଛନ୍ତି।”

ଚୀନ ବିରୁଦ୍ଧରେ ଅଭିଯୋଗ ଆଣି ଟ୍ରମ୍ପ ଲେଖିଛନ୍ତି କାନାଡାର ଅର୍ଥନୀତି ଏବଂ ସମାଜ ପାଇଁ ଚୀନ୍ ଏକ ମୌଳିକ ବିପଦ ସୃଷ୍ଟି କରୁଛି। ବେଜିଂ "କାନାଡାକୁ ଜିଆନ୍ତା ଖାଇଯିବ" ଏବଂ "ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରି ଦେବ। ଏହାର ବ୍ୟବସାୟ ଏବଂ ସାମାଜିକ ଗଠନ ମଧ୍ୟ ଚୀନ ନଷ୍ଟ କରିଦେବ ବୋଲି ଟ୍ରମ୍ପ କହିଛନ୍ତି। କାନାଡ଼କୁ ଧମକ ଦେଇ ଟ୍ରମ୍ପ କହିଛନ୍ତି ଯେ ଚୀନ୍ ସହିତ ଯେକୌଣସି ଚୁକ୍ତି ହେଲେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇବ। ଯଦି କାନାଡା ଚୀନ୍ ସହିତ ଚୁକ୍ତି କରେ, ତେବେ ସେ ତୁରନ୍ତ ୧୦୦% ଶୁଳ୍କ ସାମ୍ନା କରିବ।

ଗତ ସପ୍ତାହରେ ଏକ୍ସରେ ଏକ ପୋଷ୍ଟରେ, କାର୍ନି ଘୋଷଣା କରିଥିଲେ, "ଆମେ ଚୀନ୍ ସହିତ ଏକ ନୂଆ ବାଣିଜ୍ୟ ଚୁକ୍ତି କରିଛୁ - କାନାଡିଆନ୍ କର୍ମଚାରୀ ଏବଂ ବ୍ୟବସାୟ ପାଇଁ $୭ ବିଲିୟନରୁ ଅଧିକ ରପ୍ତାନି ବଜାର ଖୋଲିବ।"

ଆମେରିକାର ଗ୍ରୀନଲ୍ୟାଣ୍ଡ କବ୍ଜାକୁ କାନାଡା ସମର୍ଥନ କରୁ ନଥିବାରୁ ଟ୍ରମ୍ପଙ୍କର ଅଶନ୍ତୋଷ ରହିଛି। ଆମେରିକାର ଗ୍ରୀନଲ୍ୟାଣ୍ଡ କବ୍ଜା କାନାଡ଼ାର ସୁରକ୍ଷା ପାଇଁ ବି ଆବଶ୍ୟକ। ହେଲେ କାନାଡ଼ା ଏହାକୁ ସପୋର୍ଟ କରୁ ନାହିଁ। ଆମେରିକା ପାଇଁ କାନାଡ଼ା ବଞ୍ଚିଛି ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଆହୁରି କହିଛନ୍ତି ଯେ "କାନାଡା ଆମଠାରୁ ବହୁତ ମାଗଣା ପାଉଛି। ସେମାନେ କୃତଜ୍ଞ ହେବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଏଥିସହିତ କାନାଡା ରାଷ୍ଟ୍ରପତି ମାର୍କ କାର୍ନିଙ୍କୁ ଧମକ ଦେଇ ଟ୍ରମ୍ପ କହିଛନ୍ତି ଯେ କାନାଡ଼ା ଆମେରିକା ଯୋଗୁ ବଞ୍ଚିଛି। ମାର୍କ,ପରବର୍ତ୍ତୀ ସମୟରେ ଯେତେବେଳେ ତୁମେ ତୁମର ବକ୍ତବ୍ୟ ଦେବ,ଏକଥା ମନେରଖି କହିବ।"

ଏହାପରେ ମାର୍କ କାର୍ନି ମଧ୍ୟ ଟ୍ରମ୍ପଙ୍କୁ ଜବାବ ଦେଇଥିଲେ। "କାନାଡା ଆମେରିକା ଯୋଗୁ ବଞ୍ଚି ନାହିଁ। ଆମେ କାନାଡିଆନ ହୋଇଥିବାରୁ କାନାଡା ଉନ୍ନତି କରିଛି।