ଚଣ୍ଡିଖୋଲ: ସରକାରୀ ଜମିରେ ତିଆରି ହୋଇଥିବା ଘରକୁ ଉଚ୍ଛେଦ କଲା ପ୍ରଶାସନ। ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ ବେଣାପୁର, ବାଲିଚନ୍ଦ୍ରପୁର ସହ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ପାର୍ଶ୍ବରେ ଜବରଦଖଲ କରି ନିର୍ମାଣ ହୋଇଥିବା ଅନେକ ଘର ଦୋକାନକୁ ଭଙ୍ଗାଯାଇଛି। ଏହି ସବୁ ନିର୍ମାଣ ବେଆଇନ ଥିଲା।
ପ୍ରକୃତରେ ଚଣ୍ଡିଖୋଲ - ପାରାଦ୍ଵୀପ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି। ଏମିତିରେ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବହୁ ଘର ଓ ଦୋକାନ ଗଢ଼ି ଉଠିଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଦେଖା ଦେଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ପୂର୍ବରୁ ନୋଟିସ କରାଯାଇ ଥିଲା।
ଆଉ ସୋମବାର ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ ଘର ଓ ଦୋକାନ ମେସିନ ଦ୍ଵାରା ଭଙ୍ଗା ଯାଇଛି। ଦର୍ପଣ ତହସିଲଦାର, ବଡ଼ଚଣା ଓ ବାଲିଚନ୍ଦ୍ରପୁର ପୋଲିସ ଉପସ୍ଥିତିରେ ଘର ଭଙ୍ଗା ଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।