ମଦ ଓ ଔଷଧ ଉପରେ ଅଧିକ ଖର୍ଚ୍ଚ କରନ୍ତି ଭାରତୀୟ, ଆର୍ଥିକ ବର୍ଷ ୨୦୨୪ରେ ୧୨ ବର୍ଷରେ ସର୍ବାଧିକ

Published By : Prameya-News7 Bureau | May 20, 2025 IST

ନୂଆଦିଲ୍ଲୀ: ମଦ ଓ ଔଷଧ ଏହି ଦୁଇଟି ସାମଗ୍ରୀ ଉପରେ ଆର୍ଥିକ ୨୦୨୪ରେ ଗୋଟିଏ ଭାରତୀୟ ପରିବାର ସବୁଠୁ ଅଧିକ ଖର୍ଚ୍ଚ କରିଛି । ସରକାରଙ୍କ ଦ୍ୱାରା ଜାରି ପରିସଂଖ୍ୟାନ ଅନୁସାରେ, ଏହି ବର୍ଗରେ ଲୋକଙ୍କ ଖର୍ଚ୍ଚ ୧୨ ବର୍ଷରେ ସବୁଠୁ ଅଧିକ ଦେଖିବାକୁ ମିଳିଛି । ଭାରତୀୟ ପରିବାରର ଖର୍ଚ୍ଚ ଗୁଟଖା ଓ ମଦ ଉପରେ ଆର୍ଥିକ ବର୍ଷ ୨୦୨୪ରେ ୧୫.୭ ପ୍ରତିଶତ ବଢିଛି । ଯାହା ଆର୍ଥିକ ବର୍ଷ ୨୦୧୨ରେ ସବୁଠୁ ଅଧିକ । ଏହାର ପୂର୍ବ ବର୍ଷରେ କେବଳ ୧.୬ ପ୍ରତିଶତ ବୃଦ୍ଧି ହୋଇଥିଲା ।

କେବଳ ମଦ୍ୟ ଉପରେ ଖର୍ଚ୍ଚ ବଢିନି, ବରଂ ଭାରତୀୟ ପରିବାରର ସ୍ୱାସ୍ଥ୍ୟ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଆର୍ଥିକ ବର୍ଷ ୨୦୨୪ରେ ଏହା ୧୭.୪ ପ୍ରତିଶତ ବଢିଥିଲା, ଯାହା ଗତ ୧୨ ବର୍ଷରେ ସର୍ବାଧିକ । ଆର୍ଥିକ ବର୍ଷ ୨୦୨୩ରେ ଏହା କେବଳ ୭.୨ ପ୍ରତିଶତ ଥିଲା । ଏହି ସମୟରେ ଭାରତୀୟ ପରିବାରଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚ କରିଛନ୍ତି । ଯେଉଁଥିରେ ଔଷଧ, ହସ୍ପିଟାଲ ଏବଂ ଡାକ୍ତରଙ୍କ ଖର୍ଚ୍ଚ ସାମିଲ । ୨୦୧୭ରେ ନୂତନ ଘରୋଇ ଖର୍ଚ୍ଚ ସିରିଜ୍ ଆରମ୍ଭ ହେବା ପରଠାରୁ ସର୍ବାଧିକ ଥିଲା ।

ଖାଦ୍ୟ ଏବଂ ଅଣ-ମାଦକ ସାମଗ୍ରୀ ଉପରେ ଖର୍ଚ୍ଚ ବାର୍ଷିକ ଆଧାରରେ ମାତ୍ର ୦.୫ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ପୋଷାକ ଏବଂ ଜୋତା ଉପରେ ଖର୍ଚ୍ଚ ହ୍ରାସ ପାଇଛି । ଖାଦ୍ୟ ଏବଂ ଅଣ-ମାଦକ ଉତ୍ପାଦର ଅଭିବୃଦ୍ଧିର ଧୀର ଗତି ଆୟ ସ୍ତରର ଉନ୍ନତିକୁ ଦର୍ଶାଉଛି । କାରଣ ସମ୍ପନ୍ନ ପରିବାରଗୁଡ଼ିକ ଖାଦ୍ୟ ଉତ୍ପାଦ ଉପରେ କମ୍ ଏବଂ ଜରୁରି ସାମଗ୍ରୀ ଉପରେ ଅଧିକ ଖର୍ଚ୍ଚ କରନ୍ତି । ସେହିପରି ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡ଼ିକରେ ଏକ ବିରାଟ ବୃଦ୍ଧି ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.