ବନାରସୀ ଶାଢୀ, ମଥାରେ ସିନ୍ଦୂର… କାନ୍ସ ରେଡ କାର୍ପେଟ୍‌ରେ ଜଲୱା ଦେଖାଇଲେ ବିଶ୍ଵ ସୁନ୍ଦରୀ

Published By : Prameya-News7 Bureau | May 22, 2025 IST

ମୁମ୍ଵାଇ ୨୨।୦୫; କାନ୍ସ ଫିଲ୍ମ ଫେଷ୍ଟିଭାଲ ଚର୍ଚ୍ଚାରେ ଅଛି। ଏଠାରେ ସାରା ବିଶ୍ୱର ସେଲିବ୍ରିଟିମାନେ ରେଡ କାର୍ପେଟରେ ସେମାନଙ୍କର ଷ୍ଟାଇଲିସ୍ ଲୁକ୍‌କୁ ଦେଖାଉଛନ୍ତି। ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ରୟାଲ ଏଣ୍ଟ୍ରି ସହିତ ରେଡ କାର୍ପେଟରେ ଗ୍ଲାମରର ଜଲୱା ଦେଖାଇଥିଲେ । ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ପ୍ରଶଂସକ ତାଙ୍କୁ ବଲିଉଡ୍ ଫ୍ୟାଶନ୍ ଆଇକନ୍ ଏବଂ ଏଭରଗ୍ରୀନ ସୁନ୍ଦରୀ ରେଖାଙ୍କ ସହ ତୁଳନା କରିଛନ୍ତି।

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବୁଧବାର କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ । ଏହି ସମୟରେ ବିଶ୍ଵ ସୁନ୍ଦରୀ ଟ୍ରାଡିସନାଲ ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ତାଙ୍କୁ ରେଡ କାର୍ପେଟରେ ଏକ ସୁନ୍ଦର ଧଳା ବନାରସୀ ଶାଢୀ ସହ ମଥାରେ ସିନ୍ଦୂର ଲଗାଇଥିବାର ନଜର ଆସିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଐଶ୍ୱର୍ଯ୍ୟା ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କୁ କାହିଁକି କାନ୍ସ କୁଇନ୍ କୁହାଯାଏ। ତାଙ୍କର ଏହି ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପାରମ୍ପରିକ ଭାରତୀୟ ଅଳଙ୍କାର ପିନ୍ଧି ଫ୍ରାନ୍ସିସ୍‌ ଦର୍ଶକଙ୍କୁ 'ନମସ୍ତେ' କରିବା ସହ ହସ ହସ ମୁହଁରେ ସେମାନଙ୍କୁ ଫ୍ଲାଇଙ୍ଗ କିସ୍ ମଧ୍ୟ ଦେଇଥିଲେ। 

କାନ୍ସ ୨୦୨୫ରେ ଐଶ୍ୱର୍ଯ୍ୟାଙ୍କ ଫାଷ୍ଟ ଲୁକର ଫଟୋ ମନୀଷ ମଲହୋତ୍ରାଙ୍କ ଲେବଲର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଥିଲା, "କାନ୍ସର ଓଜି ଇଣ୍ଡିଆନ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ଏକ ହାତବୁଣା ବିଟର ଆଇଭୋରି ହ୍ୟାଣ୍ଡଲୁମ୍ ବନାରସୀ ଶାଢ଼ୀ ସହିତ ଏବଂ ରୁବିର ରାଜକୀୟ ଐତିହ୍ୟକୁ ହାରକୁ ପିନ୍ଧିଛନ୍ତି।" ଐଶ୍ୱର୍ଯ୍ୟାଙ୍କ ଶାଢ଼ିରେ ଧଳା ହାତବୁଣା ଓଢଣୀ ଏବଂ ପ୍ରକୃତ ସୁନା ଏବଂ ରୂପାର କାରୁକାର୍ଯ୍ୟ ସହିତ ଯୋଡା ହୋଇଛି। ଏତିକି ନୁହେଁ ପ୍ରସିଦ୍ଧ ଡିଜାଇନର ମନୀଷ ମଲହୋତ୍ରାଙ୍କୁ ଉତ୍କୃଷ୍ଟ ହସ୍ତତନ୍ତ ଶାଢ଼ି ତିଆରି କରିବାର ଶ୍ରେୟ ମିଳିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.