ହୁଇସିଲ ପରେ ଘଣ୍ଟ ବାଡେଇ ପ୍ରତିବାଦ, ଚାଲିପାରିଲାନି ଗୃହ କାର୍ଯ୍ୟ

Published By : Prameya-News7 Bureau | March 21, 2025 IST

ଭୁବନେଶ୍ୱର ୨୧/୦୩: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ । କଳା ଡ୍ରେସ ପିନ୍ଧିବା ସହ ମୁଣ୍ଡରେ କଳାପଟି ବାନ୍ଧି କଂଗ୍ରେସର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ଘଣ୍ଟ ବାଡେଇବା ସହ ପେଁକାଳି ବଜାଇ ପ୍ରତିବାଦ । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ନାରାବାଜି । 

ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି । ସେପଟେ ବିଧାନସଭାରେ ବିରୋଧୀ ଦଳକୁ ଅଣଦେଖା ପ୍ରତିବାଦରେ ବିଜେଡିର ବିକ୍ଷୋଭ । ଗୃହର ମଧ୍ୟ ଭାଗକୁ ଆସି ହୋହଲ୍ଲା । “ବିରୋଧୀ କାର୍ଯ୍ୟକଳାପକୁ ବିଧାନସଭାରେ ଦିଆ ଫିଡ଼ରେ ଗଣମାଧ୍ୟମକୁ ଆସୁନାହିଁ । ଗତକାଲି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ବିଜେଡି । 

ସୂଚନା ଥାଉକି, ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ନିଆରା ପ୍ରତିବାଦ । କାଲି ହୁଇସିଲ ପରେ ଆଜି ବିଧାନସଭାରେ ବାଜିଲା ଘଣ୍ଟ । କଂଗ୍ରେସ ବିଧାୟକମାନେ କଳାସାର୍ଟ ଆଉ କଳାବ୍ୟାଚ୍ ପିନ୍ଧିବା ସହିତ ଘଣ୍ଟ ବଜେଇ ପ୍ରତିବାଦ କରିଛନ୍ତି । ତେବେ ବିରୋଧୀ ସଦସ୍ୟଙ୍କ ପ୍ରତିବାଦକୁ ବିଧାନସଭା ଲାଇଭ୍ ଷ୍ଟ୍ରିମିଂରେ ନ ଦେଖାଇବା ଏବଂ ପକ୍ଷପାତିତା ଅଭିଯୋଗ ଆଣି ବିଜେଡି ପ୍ରତିବାଦ କରିଛି ।

ସରିଲା ନିଲମ୍ବନ, ମୁଣ୍ଡିଆ ମାରି ଗୃହକୁ ପ୍ରବେଶ କଲେ କଂଗ୍ରେସ ବିଧାୟକ

ସେହିପରି କଂଗ୍ରେସ ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରିଛି । ଖାସ୍ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଏହି ପ୍ରତିବାଦର ନେତୃତ୍ୱ ନେଇଛନ୍ତି । ତାରା ନିଜେ ଆଗରେ ରହି, ଘଣ୍ଟ ବଜେଇ ବିଧାନସଭାରେ ପ୍ରତିବାଦ କରିଛନ୍ତି । ଯାହାଫଳରେ ବାଚସ୍ପତି ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବି କରିଛନ୍ତି । ଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.