ଉତ୍ତର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା; ପିକ୍ଅପ୍ ସହ ଧକ୍କା ହେଲା ଆମ୍ବୁଲାନ୍ସ , ୫ ମୃତ

Published By : Prameya-News7 Bureau | June 15, 2025 IST

ନୂଆଦିଲ୍ଲୀ ୧୫।୦୬; ଉତ୍ତର ପ୍ରଦେଶର ଆମେଠିରେ ଭୟଙ୍କର ସଡ଼କ ଦୁର୍ଘଟଣା। ଯେଉଁଠାରେ ଆମ୍ବୁଲାନ୍ସ ଏକ ପିକଅପ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ସେହି ସମୟରେ ଜଣେ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଛି। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁହାଯାଉଛି ଯେ ଆମ୍ବୁଲାନ୍ସଟି ମୃତଦେହକୁ ଲକ୍ଷ୍ନୌରୁ ଗାଜିପୁର ନେଉଥିଲା।

ଏହି ଘଟଣା ଆମେଠିର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଘଟିଛି। ଯେତେବେଳେ ଆମ୍ବୁଲାନ୍ସଟି ମୃତଦେହକୁ ଲକ୍ଷ୍ନୌରୁ ଗାଜିପୁର ନେଉଥିଲା ସେତେବେଳେ ଅନିୟନ୍ତ୍ରିତ ପିକଅପ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।

ସୂଚନା ଅନୁଯାୟୀ, ସମସ୍ତ ମୃତକ ବିହାରର ବାସିନ୍ଦା। ଯେଉଁମାନେ ଏକ ଘରୋଇ ହସ୍ପିଟାଲରୁ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ନେଇ ଫେରୁଥିଲେ। ବର୍ତ୍ତମାନ ମୃତକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ପରିବାରକୁ ଜଣାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଭୟ ଗାଡିକୁ ପୋଲିସ୍‌ ହେପାଜତକୁ ନେଇ  ତଦନ୍ତ ଆରମ୍ଭ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.