ତାମିଲନାଡୁ ବିଧାନସଭା ନିର୍ବାଚନର ବିଜୟଙ୍କୁ ବିଜେପିର ଅଫର, ଉପମୁଖ୍ୟମନ୍ତ୍ରୀ ପଦ ଓ ପାର୍ଟିକୁ ୮୦ ସିଟ୍

NEWS7
horoscope-for-wednesday-12th-february-2025

  • ବଦଳିପାରେ ତାମିଲନାଡୁ ବିଧାନସଭା ନିର୍ବାଚନ ସମୀକରଣ
  • ମୁଖ୍ୟମନ୍ତ୍ରୀ ପଦବୀ ଉପରେ ରହିଛି ବିଜୟଙ୍କ ନଜର
  • ବିଜେପି ଅଫର କରୁଛି ଉପମୁଖ୍ୟମନ୍ତ୍ରୀ ପଦବୀ 

ଚେନ୍ନାଇ ୧୫।୩: ପାର୍ଟି ସୂତ୍ର ଅନୁସାରେ ବିଜେପି ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ସ୍ଥିତିରେ ତାମିଲଗା ଭେଟ୍ରି କଜଗମ (ଟିଭିକେ)ର ମୁଖ୍ୟ ବିଜୟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଅଫର କରିଛି। ପ୍ରସ୍ତାବିତ ଆସନ ବଣ୍ଟନ ବୁଝାମଣା ଅନୁସାରେ ଟିଭିକେକୁ ପାଖାପାଖି ୮୦ଟି ଆସନ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ସୂତ୍ର ଅନୁସାରେ ବିଜେପି ଏବଂ ଟିଭିକେ ମଧ୍ୟରେ ନିର୍ବାଚନ ପୂର୍ବରୁ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ପଦବୀ ଉପରେ ବିଜୟଙ୍କ ଆଖି
ଯଦି ସୂତ୍ରୁ ମିଳୁଥିବା ସୂଚନା ସାବ୍ୟସ୍ତ ହୁଏ ତେବେ ଭୋଟ ସେୟାରରେ ସାମାନ୍ୟ ଏପଟ ସେପଟ ବି ଯେଉଁଠି ନିର୍ବାଚନରେ କଡ଼ା ପ୍ରତିଦ୍ୱନ୍ଦ୍ୱୀତା ପରିସ୍ଥିତି ସୃଷ୍ଟି କରୁଛି ସେଠାରେ ରାଜ୍ୟର ନିର୍ବାଚନ ସମୀକରଣ ବଦଳିବାର ମଧ୍ୟ ଆଶଙ୍କା କରାଯାଉଛି। ସୂତ୍ର ଅନୁସାରେ ବିଜୟ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ମଧ୍ୟ ଆଖି ରଖିଛନ୍ତି, ଯାହା ଆଲୋଚନାର ଏବେ ପ୍ରସଙ୍ଗ ପାଲଟିଛି। ଅଭିନେତା ତଥା ନେତା ବିଜୟଙ୍କୁ ଏନଡିଏ ବ୍ୟାନର ତଳକୁ ଆଣିବା ପାଇଁ ବିଜେପି ଲଗାତାର ଉଦ୍ୟମ କରୁଛି। ଏଣୁ ବିଜୟଙ୍କ ସହ ସମ୍ପର୍କ ସ୍ଥାପନା ନିମନ୍ତେ ବିଜେପି ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରୁଛି।

୨% ଭୋଟ ବି ହୋଇପାରେ ନିର୍ଣ୍ଣାୟକ
ଯେଉଁ ପ୍ରମୁଖ ମାଧ୍ୟମ ଉପରେ ବିଚାର କରାଯାଉଛି ସେଥିରୁ ଗୋଟିଏ ହେଉଛି ଅନ୍ୟ ରାଜ୍ୟର ଉପମୁଖ୍ୟମନ୍ତ୍ରୀଙ୍କ ଭାଗିଦାରୀ। ଏଥିରେ ସେ ବାର୍ତ୍ତାକାର ଭୂମିକା ନିର୍ବାହ କରିପାରନ୍ତି। ବିଜୟଙ୍କ ଉପରେ ବିଜେପି ଭରସା କରିବାର ମୁଖ୍ୟକାରଣ ହେଉଛି ସାରା ରାଜ୍ୟରେ ତାଙ୍କର ଲୋକପ୍ରିୟତା। ପାର୍ଟିର ରାଜନୀତିକାରଙ୍କ କହିବା କଥା ହେଉଛି ଏହି ଲୋକପ୍ରିୟତାର ସାମାନ୍ୟ ଅଂଶ ବି ଆଗାମୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। ବିଜେପି ସୂତ୍ର ଅନୁସାରେ କୌଣସି ନିର୍ବାଚନ ମଣ୍ଡଳିରେ ୨ ପ୍ରତିଶତ ଭୋଟ ମଧ୍ୟ ନିର୍ବାଚନର ଦିଗ ବଦଳାଇ ଦେଇପାରେ।

ଚିନ୍ତାରେ ବିଜୟଙ୍କ ନିକଟତମ ଲୋକେ
ତାମିଲନାଡୁ ନିର୍ବାଚନ ଇତିହାସରେ ପ୍ରାୟତଃ ଜିତର ଅନ୍ତର ଖୁବ୍ କମ୍ ଥାଏ। ଏଣୁ ମାମୁଲି ଅନ୍ତରକୁ ବି ରାଜନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପଟେ ଏନଡିଏ ସହିତ ମେଣ୍ଟ ସମ୍ଭାବନା ବିଜୟଙ୍କ ନିକଟତମ ପରାମର୍ଶଦାତାଙ୍କୁ ଏବେ ଅଡୁଆରେ ପକାଇ ଦେଇଛି। ସୂତ୍ର ଅନୁସାରେ ତାଙ୍କ ନିକଟତମ ଲୋକଙ୍କ ମଧ୍ୟରୁ କେତେକ ଏ କଥାକୁ ନେଇ ମଧ୍ୟ ଚିନ୍ତିତ ଯେ ସେମାନେ ନୂଆ କରି ଗଢିଥିବା ପାର୍ଟିର ବିଶ୍ୱସନୀୟତା ଉପରେ କି ପ୍ରକାର ପ୍ରଭାବ ପଡିବ। ଏହି ଆଶଙ୍କା ଏ କଥାରୁ ସୃଷ୍ଟି ହେଉଛି ଯେ ବିଜୟ ନିଜର ଏକ ସ୍ୱତନ୍ତ୍ର ଛବି ଉପସ୍ଥାପନ କରି ନିଜ ପାର୍ଟିକୁ ତାମିଲନାଡୁ ରାଜନୈତିକ ପରିଦୃଶ୍ୟରେ ଏକ ବିକଳ୍ପ ରୂପେ ପ୍ରବେଶ କରାଇଛନ୍ତି।