ଜୁଲାଇ ୩୧ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | July 31, 2025 IST

ମେଷ- ପରିଶ୍ରମର ଫଳ ନିଶ୍ଚିନ୍ତ ପ୍ରାପ୍ତି ହେବ । ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କରିବେ । ମୁଣ୍ଡ ବିନ୍ଧା ଦେଖା ଦେଇପାରେ । ଦମ୍ପତିଙ୍କ ପାଇଁ ଦିନଟି ବହୁତ ଶୁଭ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବୃଷ- ମନରେ କିଛି ନୂଆ କରିବାର ଇଚ୍ଛା ଜାଗ୍ରତ ହେବ । ନିଜର ଜରୁରୀ ବସ୍ତୁ କ୍ରୟ କରିପାରନ୍ତି । ପ୍ରେମ ସମ୍ପର୍କରେ ଅନେକ ଖୁସି ଲାଭ କରିପାରନ୍ତି । ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇପାରେ ।

ମିଥୁନ- ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି । ବନ୍ଧୁମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କାଟିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭ ଯୋଗ ଅଛି । ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।

କର୍କଟ-  ନୂଆ ଚାକିରି ପ୍ରାପ୍ତ ହୋଇପାରେ । କେହି ନିଜ କର୍ମରୁ ହଟି ଅନ୍ୟ କର୍ମ କରିବା ପାଇଁ ବାଧ୍ୟ କରିପାରନ୍ତି । ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟ ମଧ୍ୟମ ଫଳ ମିଳିବ ।

ସିଂହ- ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ଭୂମି କ୍ରୟ କରିବେ । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀମାନଙ୍କର ପାଠରେ ମନ ଲାଗିବ ନାହିଁ । ପ୍ରେମ ସମ୍ପର୍କରେ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଶନି ଆପଣଙ୍କର ମଙ୍ଗଳ କରିବେ।

କନ୍ୟା- ନିଜକୁ ଭାଗ୍ୟବାନ ମନେ କରିବେ । ସର୍ବ କାର୍ଯ୍ୟରେ ଉନ୍ନତି ଘଟିବ । ସ୍ବାସ୍ଥ୍ୟ ସମସ୍ୟାର ସଂପୂର୍ଣ୍ଣ ନିରାକରଣ ହେବ । ପରିବାରରେ ହସ ଖୁସିର ମାହୋଲ ଲାଗି ରହିବ । ବ୍ୟବସାୟରେ ଅନେକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳତା ପ୍ରାପ୍ତ କରିବେ ।

ତୁଳା- ଦିନଟି ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ରଛାତ୍ରୀମାନେ କୃତ କାର୍ଯ୍ୟ ହେବେ । ଦମ୍ପତିମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ କରିବେ ।

ବିଛା- କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ । ସୁଖ ହାନି ଘଟିପାରେ । ଅନେକ କାର୍ଯ୍ୟ ଏକ ସହ ଆସି ପହଞ୍ଚିବା ଯୋଗୁ ନିଜକୁ ଚିନ୍ତିତ ମନେ କରିପାରନ୍ତି । ମାଲି ମୋକଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟ ମଧ୍ୟମ ଫଳ ଦେବ।

ଧନୁ- ଘଟଣା କିଛି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି । ବାକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ବ୍ୟବସାୟରେ ସଫଳତା ମିଳିବ । ମହିଳାମାନେ ଗୃହ କାର୍ଯ୍ୟରେ ଅଧିକ ମନୋନିବେଶ କରିବେ ।

ମକର- ଚିନ୍ତା କରିଥିବା ବିଷୟରେ ପରିବର୍ତ୍ତନ ଆଣି ପାରନ୍ତି । ଅହଙ୍କାରର ବଶବର୍ତ୍ତୀ ହୋଇ କିଛି ଭୁଲ ନିଷ୍ପତ୍ତି ନେଇପାରନ୍ତି। ଅଳ୍ପ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ଭାଙ୍ଗି ଥିବା ସମ୍ପର୍କ ଯୋଡ଼ିହେବାର ଯଥେଷ୍ଟ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ନୂତନ ଚିନ୍ତାଧାରାର ବଶବର୍ତ୍ତୀ ହେବେ ।

କୁମ୍ଭ- ସହ କର୍ମୀଙ୍କ ସହ ବିଶେଷ ଆଲୋଚନା କରିବେ । ବ୍ୟବସାୟରେ ବିଶେଷ ଭଲ ଫଳ ପ୍ରାପ୍ତି ହେବ । ପତିପତ୍ନୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ସ୍ବାସ୍ଥ୍ୟ ସଂପୂର୍ଣ୍ଣ ସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମୀନ- ସବୁ କର୍ମରେ ଆପଣ ସଂପୂର୍ଣ୍ଣ ଯୋଗଦାନ ଦେବେ । ଅନେକ ବାଧା-ବିଘ୍ନର ସାମ୍ନା କରିବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦବୀ ମିଳିବାର ଯୋଗ ଅଛି । ଦମ୍ପତିମାନେ ଖୁସିରେ ଦିନଟି କାଟିବେ।

ଜ୍ୟୋତିର୍ବିଦ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ -8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.