ହିନ୍ଦୁ ଯୁବକଙ୍କୁ ହତ୍ୟା ଅଭିଯୋଗରେ ବାଂଲାଦେଶରେ ୭ ଜଣ ଗିରଫ, ସ୍ପଷ୍ଟ କଲେ ୟୁନୁସ

NEWS7
horoscope-for-thursday-13th-february-2025

ନୂଆଦିଲ୍ଲୀ ୨୦/୧୨: ଛାତ୍ର ନେତା ସରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଜଳୁଛି ବାଂଲାଦେଶ । ସ୍ଥିତି ପୁଣି ଥରେ ଖରାପ ହୋଇଛି । ଗୁରୁବାର ରାତିରେ ହାଦିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଶରେ ଦଙ୍ଗା ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ଜନତା ଖବରକାଗଜ କାର୍ଯ୍ୟାଳୟ ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ ଓ ପ୍ରବଳ ଉତ୍ତେଜନା ସୃଷ୍ଟି କରିଥିଲେ। ଏହି ସମୟରେ ପ୍ରଦର୍ଶନକାରୀମାନେ ହିନ୍ଦୁ ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ । ଜଣେ ହିନ୍ଦୁ ଯୁବକଙ୍କ ନିର୍ମମ ହତ୍ୟା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ମୁସଲିମ ଧର୍ମକୁ ଅପମାନ କରିବା ଅଭିଯୋଗରେ ଦୀପୁଚନ୍ଦ୍ର ଦାସ ନାମକ ଏହି ଯୁବକଙ୍କୁ ଭିଡ଼ ନିର୍ମମ ଭାବରେ ପିଟି ହତ୍ୟା କରିଥିଲା ।
​​​​​​​

ତେବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଂଲାଦେଶୀ ପୋଲିସ ଏବେ ୭ ଜଣଙ୍କୁ ଗିରଫ କରିଛି। X ରେ ଏକ ପୋଷ୍ଟ କରି, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ କହିଛନ୍ତି ଯେ ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର, ମହମ୍ମଦ ତାରେକ ହୋସେନ, ମହମ୍ମଦ ମାଣିକ ମିଆଁ, ଏରଶାଦ ଅଲି, ନିଜୁମ ଉଦ୍ଦିନ, ଆଲୋମଗିର ହୋସେନ ଏବଂ ମହମ୍ମଦ ମିରାଜ ହୋସେନ ଆକନ ଅନ୍ତର୍ଭୁକ୍ତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ:ଦୀପୁଚନ୍ଦ୍ର ଦାସଙ୍କ ହତ୍ୟା ପାଇଁ ବାଂଲାଦେଶ ଅନ୍ତର୍ଜାତୀୟ ସମାଲୋଚନାର ସମ୍ମୁଖୀନ ହୋଇଥିଲା ।

ଭାରତ ଏହି ଘଟଣାର ତୀବ୍ର ନିନ୍ଦା କରିଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ଦୁର୍ଦ୍ଦଶା ଉପରେ ଚିନ୍ତା ପ୍ରକାଶ କରିଥିଲା। ଏହା ପରେ, ବାଂଲାଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦାସଙ୍କ ସାର୍ବଜନୀନ ହତ୍ୟାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଦେଖାଯାଇଛି ଯେ କିପରି ଭିଡ଼ ପ୍ରଥମେ ତାଙ୍କୁ ପ୍ରବଳ ପିଟିଥିଲା । ତା'ପରେ ଗଛରେ ଟାଙ୍ଗି ଦେଇଥିଲା ଏବଂ ତା'ପରେ ତାଙ୍କୁ ଜୀବନ୍ତ ଜାଳି ଦେଇଥିଲା।