ମେଷ - କୌଣସି ସ୍ଥାନରେ ପରାଜୟ ହାସଲ କରି ପାରନ୍ତି । ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରନ୍ତୁ । ମନ ସାମାନ୍ୟ ଅଶାନ୍ତ ରହିବ । ପତିପତ୍ନୀଙ୍କ ମଧ୍ୟରେ କଳହର ଯୋଗ ରହିଛି । ଯାନବାହାନ କ୍ରୟ କରି ପାରନ୍ତି ।
ବୃଷ -ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ । ଅଟକି ରହିଥିବା ଧନ ପ୍ରାପ୍ତ ହେବ ।ମନ ପ୍ରଫୁଲ୍ଲ ରହିବ ।
ମିଥୁନ - ଦୁଶ୍ଚିନ୍ତା ଗ୍ରସ୍ତ ହୋଇ ରହିବେ । ଆର୍ଥିକ ବ୍ୟୟ ହେବ । ବହୁ ପରିଶ୍ରମରେ ଅଳ୍ପ ଲାଭ । ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଯିବ । ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ।
କର୍କଟ - ଶ୍ରୀ ଚନ୍ଦ୍ର ହେତୁ ପରିବାରରେ ସୁଖ ସମୃଦ୍ଧି ଲାଗି ରହିବ । ଦିନଟି ଖୁସିରେ କଟିବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ଚାକିରିରେ ଚାପ ବୃଦ୍ଧି ପାଇ ପାରେ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟ ରେ ଅଳ୍ପ ପରିଶ୍ରମ ରେ ଅଧିକ ଲାଭ ଯୋଗ ରହିଛି ।
ସିଂହ - ପଥରୋଧ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ବ୍ୟୟ ରେ ପଡ଼ି ପାରନ୍ତି । ବ୍ୟବସାୟ ରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗି ପାରେ ।
କନ୍ୟା - ମନ ପ୍ରସନ୍ନ ରହିବା ସହ ଅର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଅଯଥା କଳହ କରନ୍ତୁ ନାହିଁ । ସମାଜରେ ନିଜ ନାମକୁ ପ୍ରତିଷ୍ଠା କରିପାରିବେ । ବ୍ୟବସାୟ ପାଇଁ ଦିନଟି ଭଲ ରହିଛି । ଆଶା ଅନୁସାରେ ଫଳ ପ୍ରାପ୍ତି ହେବ ।
ତୁଳା - କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ରେ ପଦୋନ୍ନତି ହୋଇ ପାରେ । ଲାଗି ରହିଥିବା ବିବାଦର ସମାଧାନ ହେବ । ଦର୍ଶନୀୟ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି ।ଯାତ୍ରା ଶୁଭ ହେବ । ବିଦ୍ୟାର୍ଥୀ ମାନେ କର୍ମ ଫଳ ପ୍ରାପ୍ତ କରିବେ ।
ବିଛା - ମନରେ ବିଷାଦ ସୃଷ୍ଟି ହୋଇ ପାରେ । ଈଶ୍ୱର ବିଶ୍ୱାସୀ ହେବେ । ମନ୍ଦିରକୁ ଦେବ ଦର୍ଶନ ନିମନ୍ତେ ଯାତ୍ରା କରିବେ । କିଛି ପୁରୁଣା ସମସ୍ୟା କୁ ନେଇ ଚିନ୍ତା ରେ ରହି ପାରନ୍ତି । ବ୍ୟବସାୟ ମଧ୍ୟମ ହେବ। ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
ଧନୁ - ପେଟ ଜନିତ ସମସ୍ୟା ଦେଖା ଦେବ । ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ହୋଇ ପାରେ । ଆର୍ଥିକ ବ୍ୟୟ ହେବ । ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସର ଅଭାବ ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗି ହେବେ ।
ମକର - ଭୋଗ ବିଳାସ ରେ ଦିନଟି କଟିବ ।ସର୍ବ କାର୍ଯ୍ୟ ସିଦ୍ଧି ହେବ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।
କୁମ୍ଭ - ଦୁଃସାହସିକ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ ହେବ । ମନ ପ୍ରଫୁଲ୍ଲ ରହିବ ।ବନ୍ଧୁ ମାନଙ୍କ ସହ ଆଜି କିଛି ଅନ୍ତରଙ୍ଗ ମୁହୂର୍ତ୍ତ କାଟିବେ ।ଯଦି ଆପଣ ଅବିବାହିତ, ବିବାହ ପାଇଁ ପ୍ରସ୍ତାବ ଆସିବ ବିଦ୍ୟାର୍ଥୀ ମାନେ ପାଠ ରେ ଅଧିକ ମନୋନିବେଶ କରିବେ ।
ମୀନ - ଆତ୍ମ ସଞ୍ଜମ ହୋଇ କାର୍ଯ୍ୟ କରନ୍ତୁ । ଆର୍ଥିକ ଚିନ୍ତା ବୃଦ୍ଧି ପାଇବ । ଶତ୍ରୁ ଭୟ ରହିବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଗ୍ୟାସ ଜନିତ ସମସ୍ୟା ହୋଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682