ଆଗକୁ ଦିନ ବଡ ହେବ, ୨୪ ଘଣ୍ଟାରୁ ୨୫ ଘଣ୍ଟାକୁ ବଢିବ...ତା’ପରେ ହେବ ୫୦ ଘଣ୍ଟା ; କିନ୍ତୁ ବଞ୍ଚିଥିବା କି ଆମେ ?

NEWS7
horoscope-for-12-april-2025

ନୂଆଦିଲ୍ଲୀ,୩୦/୧୨ : ବଦଳିଯିବ ଦିନର ସମୟ । ଆଗକୁ ଆହୁରି ଘଣ୍ଟାଏ ବଢିବ ଗୋଟିଏ ଦିନ । ୨୪ ଘଣ୍ଟା ବଦଳରେ ୨୫ ଘଣ୍ଟା ହୋଇଯିବ ଦିନ ଏବଂ ରାତି । ଏପରି କିଛି ଅନୁମାନ କରିଛନ୍ତି ବୈଜ୍ଞାନିକ । ନିକଟ ଭବିଷ୍ୟତରେ ନହେଲେ ବି ଆହୁରି ନିୟୁତ ନିୟୁତ ବର୍ଷ ପରେ ପୃଥିବୀରେ ଘଟିବ ଭୟଙ୍କର ଘଟଣା । ତେବେ ବୈଜ୍ଞାନିକଙ୍କ ଆକଳନ ଏବଂ ବାସ୍ତବତା ମଧ୍ୟରେ ଆକାଶ ପାତାଳର ତଫାତ୍ ।

କମୁଛି ପୃଥିବୀର ଘୂର୍ଣ୍ଣନ ସମୟ

ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ପୃଥିବୀର ମାଧ୍ୟାକର୍ଷଣ ଏବଂ ସୂର୍ଯ୍ୟର ମହାକର୍ଷଣ ଶକ୍ତି ଉପରେ ଗବେଷଣା କରୁଛନ୍ତି । ଏହାସହ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ କାମ କରୁଥିବା ଶକ୍ତି ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ, ଆଗକୁ ବର୍ତ୍ତମାନ ଅପେକ୍ଷା ପୃଥିବୀର ଘୂର୍ଣ୍ଣନ ଗତି କମିଯିବ । ଫଳରେ ଦିନର ୨୪ ଘଣ୍ଟା ଆଗକୁ ୨୫ ଘଣ୍ଟା ହୋଇଯିବ । ଗତି ଧିମା ହେବା ପଛରେ ଚନ୍ଦ୍ରର ଜୁଆର ଏବଂ ଭଟ୍ଟା ଉପରେ ପଡୁଥିବା ପ୍ରଭାବକୁ ଦାୟୀ କରାଯାଉଛି । ଫଳରେ ପ୍ରତି ୧୦୦ ବର୍ଷରେ ହାରାହାରି ୧.୭ ମିଲି ସେକେଣ୍ଡ ହାରରେ ଦିନର ସମୟ ବଢୁଛି । ଏପରି ଭାବେ ଆଗକୁ କେବଳ ୨୫ ଘଣ୍ଟା ନୁହେଁ ଦିନଟା ଧିରେ ଧିରେ ୪୦ ଏବଂ ୫୦ ଘଣ୍ଟା ମଧ୍ୟ ହୋଇପାରେ । ପୃଥିବୀର କେନ୍ଦ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି ।ଏପରିକି ଓଜନ ମଧ୍ୟ ବଢୁଛି ।

ଗ୍ଲେସିୟର ତରଳିବା ଆଣିବ ବିପର୍ଯ୍ୟୟ

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଗ୍ଲାସିୟର ତରଳିବା ଦ୍ୱାରା ସମୁଦ୍ରର ଜଳସ୍ତରରେ ବୃଦ୍ଧି ଘଟିବ । ଏହା ବାୟୁମଣ୍ଡଳ ଏବଂ ବାୟୁ ପ୍ରବାହ ଉପରେ ପ୍ରଭାବ ପକାଇବ । ଯାହା ଭୂଖଣ୍ଡ ଏବଂ ସମୁଦ୍ର ମଧ୍ୟରେ ଓଜନକୁ ବିତରଣ କରିପାରିବାର କ୍ଷମତା ରଖିଛି । ଏତେ ସବୁ କାରଣରୁ ପୃଥୀବ ନିଜ ଅକ୍ଷ ପଥରେ ଭବିଷ୍ୟତରେ ଧିରେ ଧିରେ ଘୂରିବ । ଯାହା ପ୍ରଭାବ ଦିନ ଏବଂ ରାତି ଉପରେ ପଡିବ । ହଜାର ହଜାର ବର୍ଷ ପରେ ଦିବସର ସମୟରେ ଏକ ଘଣ୍ଟା ବୃଦ୍ଧି ପାଇପାରେ ।

ବିଶେକ୍ଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ଜୁରାସିକ ବା ଡାଇନୋସୋର ଥିବା ସମୟରେ ଦିନ ଏବଂ ରାତି ୨୩ ଘଣ୍ଟାର ହେଉଥିଲା । ଏବେ ପୃଥିବୀକୁ ନିଜ ଅକ୍ଷ ପଥରେ ବୁଲିବା ପାଇଁ ୨୩ ଘଣ୍ଟା ୫୬ ମିନିଟ୍ ଦରକାର ହେଉଛି । ଏହାକୁ ଆମେ ୨୪ ଘଣ୍ଟା ଧରିଥାଉ । ବାକି ୪ ମିନିଟ୍ ଧିରେ ଧିରେ ପ୍ରତି ଚାରିବର୍ଷରେ ଅଧିବର୍ଷ ଭାବେ କ୍ୟାଲେଣ୍ଡରରେ ମିଶିଯାଏ । ଯାହା ଫଳରେ ଫେବ୍ରୁଆରୀ ମାସକୁ ଆମେ ଅଧିବର୍ଷରେ ୨୯ ଦିନ ଭାବେ ଗ୍ରହଣ କରିଥାଉ ।

ବୈଜ୍ଞାନିକଙ୍କ ଆକଳନ ସତ ହୋଇପାରେ । କିନ୍ତୁ ବାସ୍ତବତାଠାରୁ ଏହା ଢେର ଦୁରରେ ରହିଛି । ଜୁରାସିକ ଯୁଗ କୋଟି କୋଟି ବର୍ଷ ତଳେ ହୋଇଥିଲା । ସେବେଠୁ ଆଜି ଭିତରେ ଦିନ ମାତ୍ର ୫୬ ମିନିଟ୍ ବଢିଛି । ସେହିପରି ଆହୁରି ୧ ଘଣ୍ଟା ବୃଦ୍ଧି ଅର୍ଥାତ ୨୫ ଘଣ୍ଟା ହେବା ପାଇଁ ଆହୁରି ଅନେକ ନିୟୁତ ବର୍ଷ ଦରକାର । ଏବେକାର ଗଣନା ଲକ୍ଷ ଲକ୍ଷ ବର୍ଷ ପରେ ସମାନ ରହିବ ନା ନାହିଁ ତାହା ମଧ୍ୟ ଏକବିଂଶ ଶତାବ୍ଦୀରୁ ଆକଳନ କରିବା ଠିକ୍ ହେବ ନାହିଁ ।

୨୫ ଘଣ୍ଟା ହେଲେ କ'ଣ ପଡିବ ପ୍ରଭାବ ?

ଦିନକ ୨୫ ଘଣ୍ଟା ହେଲେ ପ୍ରଥମେ ବିଭିନ୍ନ ଘଣ୍ଟାରେ ପରିବର୍ତ୍ତନ କରାଯିବ । ଏହା ଦୈନନ୍ଦିନ ଜୀବନରେ ଅନେକ ମାତ୍ରାରେ ପ୍ରଭାବ ପକାଇବ । ମଣିଷର ଶୋଇବା ସମୟ, ହରମୋନ ଏବଂ କାର୍ଯ୍ୟକ୍ରମରେ ସନ୍ତୁଳନ ବିଗିଡିପାରେ । ଆହୁରି ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ।