ନାମଯଜ୍ଞ ଶେଷ ଦିନରେ ଅଘଟଣ, ମହୁମାଛି ଆକ୍ରମଣରେ ୧୦ ରୁ ଅଧିକ ଆହତ

Published By : Prameya-News7 Bureau | May 13, 2024 IST

ପାଟଣା ୧୩/୦୫: ଚବିଶ ପ୍ରହର ନାମଯଜ୍ଞ ଶେଷ ଦିନରେ ଅଘଟଣ । ଗାଁ ମୁଣ୍ଡରେ ରାଧାକୃଷ୍ଣ କରୁଥିବା ସମୟରେ ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ୱ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଅଁଳେଇ ଗ୍ରାମରେ ଅଘଟଣ ମହୁମାଛି ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ୱ ଆହତ ।  ଏହାସହ ୬ ଜଣ ଗୁରୁତର ହୋଇ ଭଣ୍ଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଫୁଲ କଅଁଳେଇ ଗ୍ରାମରେ ୪ ଦିନ ଧରି ଚବିଶ ପ୍ରହର ନାମଯଜ୍ଞ ଚାଲୁ ରହିଥିଲା ।  

ଶେଷଦିନରେ ଗାଁ ମୁଣ୍ଡରେ ରାଧା କୃଷ୍ଣଙ୍କର ମେଲଣ ସମୟରେ ପାଖରେ ଥିବା  ଏକ ଗଛ ରେ ଥିବା ମହୁ ମାଛି ଅତର୍କିତ ଆକ୍ରମଣ କରିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରି ଭଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମଧ୍ୟରୁ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.