ମୃତ୍ୟୁକୁ ଡାକିଆଣେ ହୋଲିର ଏହି ୩ଟି ରଙ୍ଗ, ଦୃଷ୍ଟିଶକ୍ତି ହାରିବା ସହ ରହିଛି କ୍ୟାନସର ଭଳି ବିପଦ

Published By : Prameya-News7 Bureau | March 14, 2025 IST

ନୂଆଦିଲ୍ଲୀ ୧୪।୦୩: ହୋଲି ପାଇଁ ବଜାରରେ ମେଲିଛି ରଙ୍ଗର ପସରା । ଏହା ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି, ସେତିକି ବିପଦପୂର୍ଣ୍ଣ । ଏଗୁଡ଼ିକ ଦୃଷ୍ଟିଶକ୍ତି ହରାଇବା ଠାରୁ ଆରମ୍ଭ କରି କର୍କଟ ରୋଗ ପର୍ଯ୍ୟନ୍ତ ବିପଦ ସୃଷ୍ଟି କରେ । କେବଳ ଏତିକି ନୁହେଁ, ଏହି ରଙ୍ଗଗୁଡ଼ିକ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଜାଣି ଆଶ୍ଚର୍ଯ୍ୟ ହେବେ ବଜାରରେ ଉପଲବ୍ଧ ହର୍ବାଲ ରଙ୍ଗର ପ୍ୟାକେଜିଂରେ ମଧ୍ୟ ଅପମିଶ୍ରିତ ହେଉଛି । ଯାହା ବିପଦକୁ ଆହୁରି ବଢାଉଛି । ଏହି ତିନୋଟି ରଙ୍ଗ ସିଧାସଳଖ ମୃତ୍ୟୁକୁ ନିମନ୍ତ୍ରଣ କରୁଛି। ଆସନ୍ତୁ ଜାଣିବା ଏହି ରଙ୍ଗଗୁଡ଼ିକ ବିଷୟରେ...

୧. ସିଲଭର କଲର୍‌ । ଏହାକୁ ସବୁଠାରୁ ବିପଦଜନକ ରଙ୍ଗ ବିବେଚନା କରାଯାଏ। ଏହା ଏକ ଗାଢ଼ ରଙ୍ଗ। ଏହି ରଙ୍ଗକୁ ଚମକଦାର ଏବଂ ସ୍ଥାୟୀ କରିବା ପାଇଁ ଏଥିରେ ଆଲୁମିନିୟମ ବ୍ରୋମାଇଡ୍ ମିଶାଯାଏ । ଯାହା ସିଧାସଳଖ ଚର୍ମ କର୍କଟ ରୋଗର କାରଣ ହୋଇପାରେ । ତେଣୁ ଏହି ରଙ୍ଗଠାରୁ ନିଜକୁ ଏବଂ ପ୍ରିୟଜନଙ୍କୁ ଦୂରେଇବାକୁ  ଚେଷ୍ଟା କରନ୍ତୁ।

୨. ଉଜ୍ଜ୍ୱଳ ରଙ୍ଗ । ଏଗୁଡିକ ଆକର୍ଷଣୀୟ ଦେଖାଯାଇଥାଏ । କିନ୍ତୁ ଏଥିରେ ହୋଲି ଖେଳିବା ଉଚିତ୍ ନୁହେଁ । ଏହି ପ୍ରକାରର ରଙ୍ଗରେ କାଚ ମିଶ୍ରିତ ହୋଇଥାଏ । ଯାହା ଚର୍ମ ଆଲର୍ଜିର ଆଶଙ୍କା ବଢ଼ାଇଥାଏ। ଏହି କାରଣରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆଲର୍ଜି ହେବାର ଆଶଙ୍କା ରହିଛି।

୩. ଯଦି ଆପଣ ହୋଲି ଖେଳିବାକୁ ଯାଉଛନ୍ତି, ତେବେ ଗାଢ଼ ସବୁଜ ରଙ୍ଗକୁ ମଧ୍ୟ ଏଡାନ୍ତୁ । ଏହି ରଙ୍ଗ ବଜାରରେ ବହୁତ ବିକ୍ରି ହୁଏ । ଏହି ରଙ୍ଗର ଗୁଲାଲ ମଧ୍ୟ ବହୁ ପରିମାଣରେ କିଣାଯାଏ। ଏହା ଦେଖିବାକୁ ସୁନ୍ଦର  ସେଥିପାଇଁ ଲୋକମାନେ ଏହା ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। ଏହି ରଙ୍ଗରେ କପର ସଲଫେଟ୍ ମିଶାଯାଏ, ଯାହା ଆଖି ରୋଗର କାରଣ ହୋଇପାରେ । ଯଦି ଏହି ରଙ୍ଗ ଆଖିରେ ପଶିଯାଏ ତେବେ ଏହା ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଭାବିତ କରିପାରେ ।

ଏବେ ପ୍ରଶ୍ନ ଆସୁଛି, ବିପଦପୂର୍ଣ୍ଣ ହୋଲି ରଙ୍ଗକୁ କେମିତି ଚିହ୍ନିବେ ?   ଉଜ୍ଜ୍ୱଳ ରଙ୍ଗ କିଣିବା ଠାରୁ ଦୂରେଇ ରୁହନ୍ତୁ । ଗାଢ଼ ରଙ୍ଗ ବଦଳରେ ହାଲୁକା ରଙ୍ଗ ବ୍ୟବହାର କରନ୍ତୁ । କାରଣ ରଙ୍ଗକୁ ଘନ କରିବା ପାଇଁ ଅଧିକ ରାସାୟନିକ ପଦାର୍ଥ ମିଶାଯାଇଥାଏ। 

 

ଅଳ୍ପ ପାଣି ନେଇ ରଙ୍ଗକୁ ଚିହ୍ନଟ କରିପାରିବ । ଯଦି ରଙ୍ଗରେ ରାସାୟନିକ ପଦାର୍ଥ କିମ୍ବା ସୀସା ଥାଏ, ତେବେ ଏହା ପାଣିରେ ଦ୍ରବୀଭୂତ ହେବନି । 

ଯଦି ରଙ୍ଗ କିମ୍ବା ଗୁଲାଲରୁ ପେଟ୍ରୋଲ କିମ୍ବା ରାସାୟନିକ ପଦାର୍ଥ ପରି ଗନ୍ଧ ଆସେ, ତେବେ ବୁଝିଯାଆନ୍ତୁ ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.