ସମ୍ଵଲପୁର ୦୬।୦୭; ଆଜି ଖୋଲିବ ହୀରାକୁଦ ଗେଟ୍ । ଜଲଭଣ୍ଡାରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ | ଏନେଇ ଆଜି ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ବ ସ୍ପିଲ ଓ୍ବେର ୭ନମ୍ବର ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଧାର୍ଯ୍ୟ ହୋଇଛିl
ଏଥିପାଇଁ ପ୍ରଶାସନିକ ଓ ଜଳ ସମ୍ପଦ ବିଭାଗ ତାଙ୍କର ସମସ୍ତ ପ୍ରସ୍ତୁତି ସାରିଛନ୍ତି l ତଳମୁଣ୍ଡର ୧୨ ଟି ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହା ସହ କ ନିଜ ଜିଲ୍ଲାରେ ବ୍ୟାପକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ଦିଆଯାଇଛି| ସୂଚନା ଅନୁସାରେ ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟରେ ପହଞ୍ଚିଛି |
ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ମହାନଦୀକୁ ନଯିବା ପାଇଁ ଆଲର୍ଟ କରାଯାଇଛି। ସେହିପରି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୨୪ ହଜାର ୬୦୬ କ୍ୟୁସେକ ଜଳ ପ୍ରବେଶ କରୁଛି |