ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହାତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଦାରା ସିଂଙ୍କୁ ସଜ୍ଜା ମୁକ୍ତ କରିବାକୁ ହିନ୍ଦୁ ସଂଗଠନର ଦାବି

Published By : Prameya-News7 Bureau | August 23, 2025 IST

ଭୁବନେଶ୍ବର ୨୩।୮: ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହାତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି । ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଭିନ୍ନ ହିନ୍ଦୁ ସଂଗଠନର ବିକ୍ଷୋଭ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସନାତନୀ ହିନ୍ଦୁ ସଂଗଠନ ମିଳିତ ଭାବେ ଆନ୍ଦୋଳନ କରୁଛନ୍ତି । ପୂର୍ବ ସରକାର ସେମାନଙ୍କ ଦାବି ଶୁଣିନଥିବା ବେଳେ ଏବେ ମୋହନ ସରକାର  ଆସିବା ପରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଣୁ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ହିନ୍ଦୁ ସଂଗଠନ । ଏହାସହ ୨୫ ବର୍ଷ ହେବ କେନ୍ଦୁଝର ଜେଲ୍‌ରେ ସଜ୍ଜା କାଟୁଥିବା ହିନ୍ଦୁ ନେତା ଦାରା ସିଂଙ୍କୁ ସଜ୍ଜା ମୁକ୍ତ କରିବା ପାଇଁ ଦାବି କରିଛି ସଂଗଠନ ।

ସୂଚନାଯୋଗ୍ୟ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ଅନୁଗତଙ୍କୁ ଦୁର୍ବୃତ୍ତ ମାନେ ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ । ସେହି ଘଟଣାକୁ ତାରିଖ ଅନୁସାରେ ୧୭ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ରଖିବା ସହ ନ୍ୟାୟ ଦାବି କରିଛି ।

You Can Read:

ସ୍ମାର୍ଟ କ୍ଲାସରୁମ୍‌ରେ ବସି ପାଠପଢ଼ା ଶୈଳୀ ଦେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ଦେଲେ ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.