ନୂଆଦିଲ୍ଲୀ ୨୩/୦୮: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷାରେ ଛାରଖାଲ ପାହାଡି ରାଜ୍ୟ । ବିଶେଷ କରି ମଣ୍ଡିରେ ଜନଜୀବନ ଅସ୍ତବ୍ୟସ୍ତ । ଏକାଧିକ ବାସହରା, ମାଟିର ଆଁରେ ଅନେକ ଗାଁ । ବଞ୍ଚିବାକୁ ଚାଲିଛି ଏଠି ସଂଘର୍ଷ । ଲଗାଣ ବର୍ଷା ହେତୁ ସମସ୍ତ ନଦୀ ଓ ଝରଣା ବନ୍ୟାରେ ବୁଡ଼ି ରହିଛି।
ଏହାରି ଭିତରେ ବାଜିରେ ଲାଗିଛି ଜୀବନ । ଏଠି କିନ୍ତୁ ଚିତ୍ର ଅଲଗା । ବଞ୍ଚିବାକୁ ନୁହେଁ, ଜୀବନ ବଞ୍ଚାଇବାକୁ ବିପଦ ସଂକୁଳ ଯାତ୍ରା । ଜଣେ ନର୍ସ ତାଙ୍କ ତାଙ୍କ କର୍ମସ୍ଥାନକୁ ଯିବାକୁ ଘରୁ ବାହାରି ଆସିଥିଲେ । କିନ୍ତୁ ଅଧା ରାସ୍ତାରେ ହଠାତ୍ ମାଡି ଆସିଲା ବଢି ପାଣି । ପାଣିରେ ଭର୍ତ୍ତି ହୋଇଯାଇଥିଲା ନାଳ । ତଥାପି ମହିଳା ନର୍ସ ଜଣଙ୍କ ନିଜ ଜୀବନକୁ ବିପଦରେ ପକାଇ, ପାହାଡ ଡେଇଁ ପାର୍ କରିଥିଲେ ରାସ୍ତା ।
ड्यूटी के लिए उफनती नदी भी पार कर गई नर्स
— NDTV India (@ndtvindia) August 23, 2025
हिमाचल के मंडी जिले की चौहार घाटी में स्टाफ नर्स कमला देवी ने अपनी ड्यूटी के प्रति अनोखी मिसाल पेश की. बादल फटने से उफनते नाले और बह चुकी पुलियों के बावजूद उन्होंने जान जोखिम में डालकर छलांग लगाई और सुरक्षित पार करते हुए हुरंग गांव… pic.twitter.com/L1EXPVWe1U
ଦୃଶ୍ୟ ଦେଖିଲେ ଲାଗୁଛି କିଛି ବି ଘଟିପାରିଥାଆନ୍ତା । ଏମିତିକି ଗୋଡ ବି ଖସିଯାଇଥାଆନ୍ତା । ପାଣିରେ ପାଦ ଖସିବାର ଯଥେଷ୍ଟ ସମ୍ଭାବନା ବି ଥିଲା । ଆଉ ଗୋଡ ଖସିଥିଲେ ପ୍ରବଳ ସ୍ରୋତରେ ଭାସିଯିବାର ବି ଭୟ ଥିଲା । ତଥାପି ନଇଁ ଯାଇନଥିଲେ ନର୍ସ ଜଣଙ୍କ । ବରଂ ଉଛୁଳା ପାଣିକୁ ଚ୍ୟାଲେଞ୍ଜ କରି ବଢିଚାଲିଥିଲେ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ । ଆପଣ ଯଦି ସେ ଦୃଶ୍ୟ ଦେଖିବେ ଆପଣଙ୍କୁ ଲାଗିବ କି, ହ୍ରିତିକ୍ ରୋଶନଙ୍କ ଫିଲ୍ମ 'କ୍ରିଶ୍'ର ଦୃଶ୍ୟ ମନେ ପକାଇଦେଇଛି ।
ଷ୍ଟାଫ୍ ନର୍ସ ଜଣଙ୍କ ହେଉଛନ୍ତି କମଳା ଦେବୀ । ତାଙ୍କର ଏପରି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଅନେକ ମାତ୍ରାରେ ତାଙ୍କୁ ସଲାମ ବି କରୁଛନ୍ତି। ଲୋକେ କହୁଛନ୍ତି ଜୀବନକୁ ବାଜି ଲଗାଇ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ମଣ୍ଡି ଜିଲ୍ଲାର ଚୌହର ଉପତ୍ୟକାର ସୁଧାର ପଞ୍ଚାୟତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଟିକର ଗାଁର ଜଣେ ଷ୍ଟାଫ୍ ନର୍ସ କମଳା ଦେବୀ । ଶୁକ୍ରବାର ସକାଳେ ସୁଧାର ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ୍ ନର୍ସ କାଠୋଗ୍ ପଞ୍ଚାୟତର ହୁରଙ୍ଗ ନାରାୟଣ ଦେବତା ଗାଁରେ ଟୀକାକରଣ ପାଇଁ ବାହାରିଥିଲେ ।
ଅଗଷ୍ଟ ୨୦ ତାରିଖରେ ଶିଳ୍ପବୁଢାନି ପଞ୍ଚାୟତର ନାଳରେ ମେଘଫୁଟା ଯୋଗୁଁ ହୋଇଥିବା ବନ୍ୟା ସମସ୍ତ ପଦଯାତ୍ରୀ ପୋଲକୁ ଧୋଇ ନେଇଥିଲା । ଏପରି ପରିସ୍ଥିତିରେ, ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡ୍ରେନ୍ ପାର ହୋଇ ଯିବାକୁ ପଡିଥିଲା । ଷ୍ଟାଫ୍ ନର୍ସଙ୍କୁ ଡ୍ୟୁଟିରେ ଯିବା ପାଇଁ ମଧ୍ୟ ଅଧିକ ପାଣି ଡ୍ରେନ୍ ପାର ହେବାକୁ ପଡିଥିଲା । ଶେଷରେ ନର୍ସ ଜଣକ ଅଧିକ ପାଣି ଡ୍ରେନ୍ ପାର ହୋଇ ହୁରଙ୍ଗ ନାରାୟଣ ଦେବତାଙ୍କ ଗାଁରେ ପହଞ୍ଚିଥିଲେ । ଆଉ ତାଙ୍କ କାମ କରିଥିଲେ ।