ବାଦଲ ଫଟା ବର୍ଷା ପରେ ରାଜ୍ୟରେ ଭୟାବହ ସ୍ଥିତି, ବିପଦ ସଂକେତ ଉପରେ ପ୍ରବାହିତ ବ୍ୟାସ ନଦୀ

Published By : Prameya-News7 Bureau | July 01, 2025 IST

ହିମାଚଳ ପ୍ରଦେଶ ୦୧/୦୭: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ସୋମବାର ରାତିରେ ବାଦଲ ଫଟା ବର୍ଷା ପରେ ରାଜ୍ୟରେ ଭୟାବହ ସ୍ଥିତି । ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ପ୍ରକୃତିର ଏମିତି କରାଳ ରୂପ ଦେଖି ଲୋକ ଭୟଭୀତ ହୋଇପଡିଛନ୍ତି । 


ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଆହତ ହୋଇଛନ୍ତି । ସେହିପରି ନଦୀରେ ହଠାତ୍ ବନ୍ୟା ଆସିବାରୁ ଅନେକ ନିଖୋଜ ଅଛନ୍ତି । ବ୍ୟାସ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେପଟେ ମଣ୍ଡିରେ ପ୍ରବଳ ବର୍ଷା ଜାରି ରହିଛି । ସ୍ଥିତିକୁ ଦେଖି ଜିଲ୍ଲାରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ଥାନୀୟ ପ୍ରଶାସନ । 

କେବଳ ହିମାଚଳ ପ୍ରଦେଶ ନୁହେଁ, ଉତ୍ତର ଭାରତର ସବୁ ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତରାଖଣ୍ଡ, ପଞ୍ଜାବ, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଜୁଲାଇ ମାସରେ ଦେଶର ଅଧିକାଂଶ ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.