ଧରାପଡିଲା ଦୁର୍ଦ୍ଦାନ୍ତ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ୍ : ଲୁଟ୍ କରି ହୋଟେଲରେ ରହୁଥିଲେ, ଗାର୍ଲଫ୍ରେଣ୍ଡ ପଛରେ ଟଙ୍କା ଉଡାଉଥିଲେ

Published By : Prameya-News7 Bureau | June 13, 2024 IST

ଭୁବନେଶ୍ବର ୧୩।୬: ଭୁବନେଶ୍ୱର କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗ୍ୟାଙ୍ଗ୍ । ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍ । ଗ୍ୟାଙ୍ଗ୍‌ର ମୁଖ୍ୟ ଆୟୁଷ୍ମାନ ଓ ଆୟସ । ଜଟଣୀରେ ରହି ଭୁବନେଶ୍ୱରରେ ଅପରେସନ କରୁଥିଲେ ଏହି ଗ୍ୟାଙ୍ଗ୍ । ହାଇୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ବିଶେଷ କରି ମହିଳାମାନଙ୍କୁ ଅଧିକ ଟାର୍ଗେଟ କରୁଥିଲେ ଏହି ଲୁଟେରା । କେବଳ ସୁନା ଚେନ୍ ଲୁଟନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ପାଖରୁ ୪୦ଟି ସୁନା ଚେନ ଜବତ ହୋଇଛି । ଯାହାର ଓଜନ ୪ଶହ ଗ୍ରାମ ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୨ ଲକ୍ଷ ଟଙ୍କା, ୪ଟି ସ୍ପିଡ଼ ବାଇକ ଜବତ ହୋଇଛି । ଭୁବନେଶ୍ୱରରୁ ଭଦ୍ରକ, ଭୁବନେଶ୍ୱର ଗଞ୍ଜାମ, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏମାନେ ଗୋଡ଼ାଇ ଗୋଡ଼ାଇ ଲୁଟ୍ କରନ୍ତି । 

ଗତ ୪ ମାସ ହେବ ଭୁବନେଶ୍ୱରରେ ଏମାନେ ଲୁଟପାଟ କରୁଥିଲେ । ଗ୍ୟାଙ୍ଗ ନାମରେ ମୋଟ ୨୪ଟି କେସ ରହିଛି । ଏମାନେ ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିଲେ । ଜେଲରେ ଗ୍ୟାଙ୍ଗ କରି ଲୁଟ୍‌ର ଯୋଜନା କରିଥିଲେ । ଲୁଟ୍ ପରେ ନିଜର ଚେନ୍ କହି, ସୁନାକୁ ବନ୍ଧା ପକାଇ ଟଙ୍କା ଆଣୁଥିଲେ । ସେହି ଟଙ୍କାରେ ଦାମୀ ସାର୍ଟ ପ୍ୟାଣ୍ଟ, ଜୋତା କିଣୁଥିଲେ । ହୋଟେଲରେ ରହୁଥିଲେ । ଗାର୍ଲଫ୍ରେଣ୍ଡ ପଛରେ ଟଙ୍କା ଉଡାଉଥିଲେ । ସୋସିଆଲ ମିଡ଼ିଆରେ ଆକ୍ଟିଭ ଥିଲେ । ଅଭିଯୁକ୍ତ ମାନଙ୍କ ନାମରେ ବ୍ରହ୍ମପୁର, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀରେ ମାମଲା ରହିଛି । ଲୁଟ୍ ପରେ ଗାଡି ସହ ନମ୍ବର ପ୍ଲେଟ୍ ଚେଞ୍ଜ କରୁଥିଲେ ଏହି ଗ୍ୟାଙ୍ଗ ।

You Can Read :

ପଳାସୁଣି ଛକରେ ସିରିଜ୍ ଦୁର୍ଘଟଣା : ଏକାଧିକ କାର୍ ଉପରେ ଚଢିଗଲା ଟ୍ରକ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.