ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ

Published By : Prameya-News7 Bureau | May 10, 2025 IST

ଭୁବନେଶ୍ୱର ୧୦।୦୫ : ଡିଜି କ୍ୟାମ୍ପ ଅଫିସରେ ଉଚ୍ଚସ୍ତରୀୟ ବୈଠକ । କୋଷ୍ଟାଲ ସିକ୍ୟୁରିଟିକୁ ନେଇ ଡିଜି ଓ୍ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ସିକ୍ୟୁରିଟି ଏଡିଜି ଅରୁଣ ବୋଥ୍ରା, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଟୁଇନ୍‌ ସିଟି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂହ ଉପସ୍ଥିତ ରହିଛନ୍ତି । 

ମିଳିଥିବା ଖବର ଅନୁସାରେ, ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧ ସ୍ଥିତି ଉପୁଜୁଛି । ଯାହାକୁ ନେଇ ସବୁ ରାଜ୍ୟକୁ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ ଏହିକ୍ରମରେ କୋଷ୍ଟାଲ ସୁରକ୍ଷା ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଡିଜି କ୍ୟାମ୍ପ ଅଫିସରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପୋଲିସ ଡିଜି ଓ୍ୱାଇ ବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକ ସିକ୍ୟୁରିଟି ଏଡିଜି ଅରୁଣ ବୋଥ୍ରା, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର, ଟୁଇନ୍‌ ସିଟି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂହ ଉପସ୍ଥିତ ରହିଛନ୍ତି । ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ । ଏହାସହିତ ତଟ ସୁରକ୍ଷା ପାଇଁ ସିକ୍ୟୁରିଟି ସିଷ୍ଟମକୁ କଡ଼ାକଡ଼ି କରାଯାଇଛି । ଆଗକୁ କୋଷ୍ଟ ଗାର୍ଡ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.