ପରିମଳ ବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ ହାଇକୋର୍ଟ, ସତ୍ୟାପାଠ ଦାଖଲ ପାଇଁ ସିଏମସିକୁ ନିର୍ଦ୍ଦେଶ

Published By : Prameya-News7 Bureau | June 19, 2025 IST

କଟକ: କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ  ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସହରରେ ଯେପରି ଝାଡାବାନ୍ତି ନ ବ୍ୟାପେ ସେନେଇ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନେବାଲାଗି ଆଜି ସିଏମସିକୁ ନିର୍ଦ୍ଦେଶ ହୋଇଛି। କଟକ ସହରକୁ ସଂକ୍ରମଣମୁକ୍ତ ରଖିବା ଲାଗି  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସି ଆଗୁଆ ପଦକ୍ଷେପ ନେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଡ୍ରେନର ରକ୍ଷଣାବେକ୍ଷଣ ଏବଂ ସମ୍ଭାବ୍ୟ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି କୋର୍ଟ।  ସହବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନେଇ  ୱାଟକୋ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବାଲାଗି ଆଜି ନିର୍ଦ୍ଦେଶ ଦେଇଛନ୍ତି।  

Also read: ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲା ଠିକା ସଂସ୍ଥା, ମାସେ ମଧ୍ୟରେ ନିର୍ମାଣର ଦେଲା ପ୍ରତିଶ୍ରୁତି

ତେବେ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ସମସ୍ତ ବିଭାଗ ଠାରୁ ସତ୍ୟପାଠ ଲୋଡିଛନ୍ତି ହାଇକୋର୍ଟ। ଆସନ୍ତା ୩ ତାରିଖ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରିତା ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି। ପୂର୍ବରୁ କୋର୍ଟଙ୍କ ନିର୍ଦେଶ ମୁତାବକ ଆଡ଼ଭୋକେଟ କମିଟି ସହରର ବିଭିନ୍ନ ସ୍ଥାନକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ। ଆଡଭୋକେଟ କମିଟି ଏବଂ ଅମିକସକ୍ୟୁରୀଙ୍କ ରିପୋର୍ଟ ଆଧାରରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, ପ୍ରତିବର୍ଷ ବର୍ଷା ଋତୁ ଆସିଲେ କଟକରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟା କମିବା ବଦଳରେ ଜଟିଳ ହେବାରେ ଲାଗିଛି। ବିଶେଷ କରି ତଳିଆ ଅଞ୍ଚଳରେ ସ୍ଥିତି ସଙ୍ଗୀନ ରହିଥାଏ। ଦୁର୍ବଳ ଡ୍ରେନେଜ ପାଇଁ ଏମିତି ସମସ୍ୟା ପ୍ରତିବର୍ଷ ଦେଖା ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.