ଓଡ଼ିଶାର ୧୨ ଜିଲ୍ଲାରେ ବାଲ୍ୟ ବିବାହ ହାର ସର୍ବାଧିକ, ନବରଙ୍ଗପୁର ୩୯.୪ ପ୍ରତିଶତ

NEWS7
high-alert-in-jammu

ଭୁବନେଶ୍ୱର ୨୧।୦୨ : ଓଡ଼ିଶାକୁ ବାଲ୍ୟ ବିବାହ ଚିନ୍ତା । ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛି ରାଜ୍ୟର ୧୨ ଜିଲ୍ଲା। ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ହାର ୨୦.୫% ରହିଛି। ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ।

ବିଧାୟକ ଅମର ନାୟକ ଓଡ଼ିଶାରେ ବାଲ୍ୟ ବିବାହ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ନବରଙ୍ଗପୁରରେ ବାଲ୍ୟ ବିବାହ ହାର ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୋଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି।

ବାଲ୍ୟ ବିବାହର ପାଞ୍ଚଟି ପ୍ରମୁଖ କାରଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେଗୁଡ଼ିକ ହେଲା...

ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା

ଲିଙ୍ଗଭିତ୍ତିକ ବିଷମତା

ଦାରିଦ୍ୟ

ସାମାଜିକ ଅସୁରକ୍ଷା

କିଶୋରୀମାନଙ୍କ ଶିକ୍ଷାର ଅଭାବ