ଭୂକମ୍ପରେ ପୁଣି ଥରିଲା ଆଲାସ୍କା-କାନାଡା ବର୍ଡର, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୦ ରେକର୍ଡ, ନାହିଁ କ୍ଷୟକ୍ଷତିର ସୂଚନା

NEWS7
hezbollah-confirms-death-of-leader-hassan-nasrallah

ନୂଆଦିଲ୍ଲୀ ୦୭।୧୨; ଶକ୍ତିଶାଳୀ ଭୂକମ୍ପରେ ପୁଣି ଥରିଲା ଆମେରିକାରେ । ଶନିବାର ଦିନ ଆମେରିକାର ଆଲାସ୍କା-କାନାଡା ବର୍ଡରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୦ ରେକର୍ଡ କରାଯାଇଛି । ଜନବସତି କମ୍ ଥିବାରୁ କୌଣସି କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାର ରାଜଧାନୀ ଜୁନାଉରୁ ପ୍ରାୟ ୨୩୦ ମାଇଲ (୩୭୦ କିଲୋମିଟର) ଉତ୍ତର-ପଶ୍ଚିମରେ ଏବଂ ୟୁକୋନର ହ୍ୱାଇଟହର୍ସରୁ ପ୍ରାୟ ୧୫୫ ମାଇଲ ପଶ୍ଚିମରେ ଅବସ୍ଥିତ ଥିଲା।

ଭୂକମ୍ପ ସତ୍ତ୍ୱେ, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଦେଇନାହାଁନ୍ତି। କାନାଡାର ଭୂକମ୍ପ ବିଜ୍ଞାନୀ ଆଲିସନ୍ ବାର୍ଡ କହିଛନ୍ତି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ନିକଟରେ ଥିବା ୟୁକୋନ ଅଞ୍ଚଳ ଏହାର ଦୁର୍ଗମ ପର୍ବତ ପାଇଁ ଜଣାଶୁଣା ଏବଂ କମ୍ ଜନବସତି ବିଶିଷ୍ଟ। ଅଧିକାଂଶ ଲୋକ ସେଲ୍ଫ ଏବଂ କାନ୍ଥ ଥରିବାରୁ ଓ କିଛି ଜିନିଷ ପଡ଼ିବାର ଭୟଭୀତ ଯାଇଥିଲେ। ଘର ଭିତରୁ ବାହାରକୁ ଚାଲି ଆସିଥିଲେ 

 

USGS ଅନୁଯାୟୀ, ଭୂମିକମ୍ପ ପ୍ରାୟ ୧୦ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ଏହା ପରେ ଅନେକ ଛୋଟ ଛୋଟ ଝଟକା ମଧ୍ୟ ଆସିଥିଲା। ଭୂକମ୍ପ ସତ୍ତ୍ୱେ, ଅଧିକାରୀମାନେ ସୁନାମି ଚେତାବନୀ ଜାରି କରିନାହାଁନ୍ତି। ପ୍ରଶାନ୍ତ ମହାସାଗର ସୁନାମି ଚେତାବନୀ କେନ୍ଦ୍ର ଏବଂ ଜାତୀୟ ପାଣିପାଗ ସେବା ନିଶ୍ଚିତ କରିଛନ୍ତି ଯେ ଏହି ଘଟଣାରୁ ପଶ୍ଚିମ ତଟ କିମ୍ବା ନିକଟବର୍ତ୍ତୀ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ କୌଣସି ସୁନାମି ବିପଦ ନାହିଁ।