ପ୍ରଫେସରପଡ଼ା ସ୍ଥିତ ଜେଏମଜି ହିରୋ ଶୋ’ ରୁମ୍‌ରେ ଭିଡା ଏକ୍ସ-୨ ଲଞ୍ଚ

Published By : Prameya-News7 Bureau | July 13, 2025 IST

କଟକ: ପ୍ରଫେସର ପଡ଼ାସ୍ଥିତ ଜେଏମଜି ହିରୋ ଶୋ’ରୁମ୍‌ରେ ଲଞ୍ଚ ହୋଇଛି ହିରୋର ସବୁଠୁ ସ୍ମାର୍ଟ ଓ ଇଲେକ୍ଟ୍ରିକ୍ ସ୍କୁଟର ଭିଡା ଭିଏକ୍ସ-୨। ଆକର୍ଷଣୀୟ ଲୁକ୍ ଏବେ ଫିଚର୍ସ ପାଇଁ ଭିଡା ବେଶ୍‌ ଲୋକପ୍ରିୟ ହୋଇପାରିଥିବାବେଳେ କମ୍ପାନି ଏହାର ଅପଡେଟେଡ ଭର୍ସନ ଭିଡା ଭିଏକ୍ସ-୨ ଲଞ୍ଚ କରିଛି।

ଏହି ଇ-ସ୍କୁଟରରେ ମଧ୍ୟ ଆକର୍ଷୀୟ ଲୁକ୍ ଓ ଭଳିକି ଭଳି ଫିଚର୍ସ ରହିଛି। ସବୁଠାରୁ ବଡ଼ କଥା ହେଲା, ଥରେ ଫୁଲ୍ ଚାର୍ଜ କଲେ ଏହା ୧୪୦ କିଲୋମିଟର ଯିବାର କ୍ଷମତା ରହିଥିବା କମ୍ପାନି କହିଛି। ଲଞ୍ଚିଂ ଅବସରରେ ପୂର୍ବରୁ ବୁକ୍‌ କରିଥିବା ଗ୍ରାହକଙ୍କୁ ଗାଡ଼ି ହସ୍ତାନ୍ତର କରାଯାଇଛି। ଜେଏମଜି ଶୋରୁମ୍‌ ଏମ୍‌ଡି ପ୍ରଦୀପ ଅଗ୍ରୱାଲ କହିଛନ୍ତି, ହିରୋ କମ୍ପାନି ଭରସା ଯୋଗୁ ଲଞ୍ଚିଂ ପୂର୍ବରୁ ଭଲ ବୁକିଂ ହୋଇ ପାରିଥିଲା ଭିଡାର ଏହି ମଡେଲ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.