ICC ରାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ, ଅଭିଷେକ କେଉଁଠି ?

NEWS7
helicopter-crash-in-america-6-people-died

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ ୨୦୨୬ର ମଧ୍ୟରେ ଆଇସିସି ଟି-୨୦ ଫର୍ମାଟରେ ସଦ୍ୟତମ ମାନ୍ୟତା ଜାରି କରିଛି। ଏଥିରେ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଜବରଦସ୍ତ ଫାଇଦା ମିଳିଛି। ସେମି ଫାଇନାଲ୍ ପହଞ୍ଚି ସାରିଥିବା ଭାରତୀୟ ଦଳର ପ୍ରଦର୍ଶନ ରାଙ୍କିଙ୍ଗ ଉପରେ ପ୍ରଭାବ ପକାଇଛି। ବିଶେଷ କରି ସଞ୍ଜୁ ସାମସନଙ୍କ ଦମଦାର ଫର୍ମ ତାଙ୍କୁ ମାନ୍ୟତାରେ ବଡ଼ ଫାଇଦା ଦେଇଛି। ତିଳକ ବର୍ମା ଓ ଇଶାନ କିଶନଙ୍କ ମଧ୍ୟ ମାନ୍ୟତାରେ ଉନ୍ନତି ଘଟିଛି। ବୋଲିଂରେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂଙ୍କ ମାନ୍ୟତାରେ ସୁଧାର ଆସିଛି।

ସଞ୍ଜୁଙ୍କ ଜଲଓ୍ଵା

ବ୍ୟାଟିଂରେ ସଞ୍ଜୁ ସାମସନ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି। ସେ ଏକା ବେଳେ ୨୫ଟି ସ୍ଥାନ ଲମ୍ଫ ମାରି ୬୫ରୁ ୪୦ ନମ୍ବରରେ ପହଞ୍ଚି ଯାଇଛନ୍ତି। ତାଙ୍କର ରେଟିଂ ପଏଣ୍ଟ ୫୪୯ ହୋଇଛି। ସୁପର-୮ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୯୭ ରନର ଇନିଂସ ଖେଳି ଭାରତକୁ ସେମି ଫାଇନାଲରେ ପହଞ୍ଚାଇଛନ୍ତି ସଞ୍ଜୁ।

Also read: ସେମିରେ ଅଭିଷେକ ଫେଭରେଟ୍, ଡରୁଛନ୍ତି ଇଂଲଣ୍ଡ ଖେଳାଳି : ମାନିଲେ ସାମ୍ କରନ୍

ଭାରତୀୟ ଓପନର ଇଶାନ କିଶନଙ୍କୁ ମଧ୍ୟ ରାଙ୍କିଙ୍ଗରେ ଫାଇଦା ମିଳିଛି। ସେ ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଛନ୍ତି। ତିଳକ ବର୍ମା ମଧ୍ୟ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ସପ୍ତମରୁ ଷଷ୍ଠକୁ ଉଠିଛନ୍ତି। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ରହିଛନ୍ତି। ଅଭିଷେକ ଶର୍ମା ଶୀର୍ଷରେ ନିଜର ସ୍ଥାନ ବଜାୟ ରଖିଥିଲେ ହେଁ ତାଙ୍କର ରେଟିଂ ପଏଣ୍ଟ ହ୍ରାସ ପାଇଛି। ତାଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୮୭୪ ରହିଛି। ଦ୍ଵିତୀୟରେ ପାକିସ୍ତାନର ଓପନର ସାହିବଜାଦା ଫରହାନ ରହିଛନ୍ତି। ତାଙ୍କ ଖାତାରେ ୮୪୮ ରେଟିଂ ପଏଣ୍ଟ ରହିଛି। ହେଲେ ଅଭିଷେକ ଏବେ ବି ୨୬ ଫଏଣ୍ଟ ଆଗରେ ରହିଛନ୍ତି।

ବୁମରା ଏବଂ ଅର୍ଶଦୀପ ସିଂହଙ୍କୁ ଫାଇଦା

ବୋଲିଂ ରାଙ୍କିଙ୍ଗରେ ଭାରତୀୟ ବୋଲର ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ଉପରକୁ ଉଠି ଅଷ୍ଟମରୁ ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବଡ଼ ମ୍ୟାଚ୍ରେ ୱିକେଟ୍ ନେବାର ଦକ୍ଷତା ତାଙ୍କୁ ରେଟିଂରେ ପ୍ରଭାବ ପକାଇଛି। ଅର୍ଶଦୀପ ସିଂହ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଛଅ ଜଣ ଖେଳାଳିଙ୍କୁ ପଛରେ ପକାଇ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଶୀର୍ଷରେ ରହିଛନ୍ତି ଏବଂ ନମ୍ବର ୱାନ୍ ବୋଲର ରହିଛନ୍ତି। ଏହି ରାଙ୍କିଙ୍ଗ ଅପଡେଟ୍ ଟି ୨୦ ବିଶ୍ୱକପର ନକଆଉଟ୍ ପର୍ଯ୍ୟାୟ ପୂର୍ବରୁ ଆସିଛି। ମାର୍ଚ୍ଚ ୪ରେ ପ୍ରଥମ ସେମିରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ। ଭାରତ ମାର୍ଚ୍ଚ ୫ରେ ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବ।

Also read: ସେମି ଫାଇନାଲ ପୂର୍ବରୁ ସଞ୍ଜୁ ସାମସନଙ୍କୁ ଲାଗିପାରେ ଝଟକା : ବିଶୃଙ୍ଖଳା ପାଇଁ ଖେଳିବେନି କି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ?