୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ, ରବିବାରକୁ ଛାଡ଼ି ମିଳିବ ୮୨ ଦିନ ଛୁଟି

NEWS7
heavy-rains-delays-toss-reserve-day-on-may-29

ଭୁବନେଶ୍ଵର ୧୬/୧୨ : ପ୍ରକାଶ ପାଇଛି ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ରବିବାରକୁ ଛାଡ଼ି ମିଳିବ ଆଉ ୮୨ଟି ଛୁଟି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ । ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ।

ସେହିପରି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ପରେ ସ୍ଥିତି ଦେଖି ଏହି ସମୟସୀମା ବଢିପାରେ। ଦୁର୍ଗାପୂଜା ଓ ଶୀତ ସମୟରେ ୮ ଦିନ ଲେଖାଏ ଛୁଟି ରହିବ। ପୂଜା ଛୁଟି ଅକ୍ଟୋବର ୧୭ରୁ ୨୬ ଯାଏ ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ ଛୁଟି ମିଳିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି କ୍ରମେ ୨ ଦିନ ସ୍ଥାନୀୟ ଛୁଟି ଦିଆଯିବ।