LIVE TV

‘ବାରାଣସୀ’ ଷ୍ଟାରକାଷ୍ଟ ; ଜାଣନ୍ତୁ ୧୦୦୦ କୋଟି ଫିଲ୍ମରେ କାହାର ଫି କେତେ ?

NEWS7
heavy-rain-within-24-hours-in-odisha-2

ନୂଆଦିଲ୍ଲୀ ୧୭।୧୧; ଏସଏସ ରାଜାମୌଲିଙ୍କ ଆଗାମୀ ମେଗା-ଫିଲ୍ମ "ବାରାଣସୀ" ।ଏହି ଆକ୍ସନ୍ ଓ ରୋମାଞ୍ଚକର ଫିଲ୍ମର ଫାର୍ଷ୍ଟଲୁକ୍ ଜାରି ହୋଇଛି ।ଯାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଏହାର ବଜେଟ୍, ଷ୍ଟାରକାଷ୍ଟ ଏବଂ ବିପୁଳ ଫି’ ପାଇଁ ଶୀର୍ଷରେ ରହିଛି। ଏହାର ଷ୍ଟାରକାଷ୍ଟଙ୍କ ଫି’ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ୱୀରାଜ ସୁକୁମାରନ ନଜର ଆସିବେ । ରାଜାମୌଲିଙ୍କ ଏହି ଡ୍ରିମ ଫିଲ୍ମଟି ବଜେଟ୍ ଓ ଦମ୍ଦାର ଆକ୍ସନ ଉଭୟ ଅନ୍ତର୍ଜାତୀୟ ଫିଲ୍ମଠାରୁ କମ୍ ନୁହେଁ।

ରାଜାମୌଲିଙ୍କ ଫିଲ୍ମଟି ବହୁତ ସମୟ ଧରି ଆଲୋଚନାରେ ରହିଛି। ଏହି ଫିଲ୍ମକୁ ନେଇ ନିର୍ମାତା ବହୁତ ଆଶା ରଖିଛନ୍ତି ବୋଲି ଜଣା ପଡ଼ିଛି। ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମଟି ୨୦୨୭ରେ ରିଲିଜ୍ ହୋଇପାରେ। "ବାରାଣସୀ" କେବଳ ଏକ ଫିଲ୍ମ ନୁହେଁ, ବରଂ ଏକ ବଡ଼ ସ୍କେଲରେ ନିର୍ମିତ ସିନେମାଟିକ୍ ଏକ୍ସପେରିଏକ୍ସ ଦେବ। ଏହି ଫିଲ୍ମ ପାଇଁ ରାଜାମୌଲି ପ୍ରଥମ ଥର ପାଇଁ ମହେଶ ବାବୁଙ୍କ ସହ ହାତ ମିଳାଇଛନ୍ତି। ପ୍ରିୟଙ୍କା ଚୋପ୍ରା ମଧ୍ୟ ଦୀର୍ଘ ସମୟ ପରେ ଭାରତୀୟ ସିନେମା ପରଦାରେ ନଜର ଆସିବେ।

ପ୍ରିୟଙ୍କାଙ୍କ ଫି' କେତେ ?

ପ୍ରିୟଙ୍କା ଚୋପ୍ରା ଯିଏ ବଲିଉଡ ଏବଂ ହଲିଉଡ ଉଭୟରେ ନିଜର ପରିଚୟ ହାସଲ କରିଛନ୍ତି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଏହି ଫିଲ୍ମ ପାଇଁ ୩୦ କୋଟି ଟଙ୍କାର ଫି’ ନେଇଛନ୍ତି। ଏହି ଫି’ ତାଙ୍କୁ ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ସ୍ଥାନ ଦେଇଛି। ରାଜାମୌଲି ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରଥମ ପ୍ରୋଜେକ୍ଟ। ନିର୍ମାତାମାନେ ଚାହୁଁଥିଲେ ଯେ ଫିଲ୍ମରେ ଦମ୍ଦାର ଗ୍ଲୋବାଲ୍ ଫେସ୍ ରହିବା ଜରୁରୀ ।

ଫିଲ୍ମର ମୁଖ୍ୟ ଅଭିନେତା ମହେଶ ବାବୁ। ତାଙ୍କ ଭୂମିକା ଏହି ପ୍ରୋଜେକ୍ଟରେ ବହୁ ଆକର୍ଷଣୀୟ। ମହେଶ ବାବୁ ଏହି ଫିଲ୍ମ ପାଇଁ କୌଣସି ଫିସ୍ ନେଇନାହାଁନ୍ତି; ସେ ରାଜାମୌଲିଙ୍କ ସହ ମିଶି ପ୍ରଫିଟ୍ ସେୟାରିଂ ମଡେଲରେ କାମ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏହା ଜଣାପଡୁଛି ଯେ ପ୍ରାୟ ୪୦% ପ୍ରଫିଟ୍ ସେୟାର ଏହି ଦୁଇ ଜଣଙ୍କ ପାଖରେ ରହିବ । ମହେଶ ବାବୁ ଏବଂ ରାଜାମୌଲିଙ୍କ ଏହି ପଦକ୍ଷେପ ସୂଚାଇ ଦିଏ ଯେ ଫିଲ୍ମର ପରିମାଣ ଏତେ ବଡ଼ ଯେ ଏହାର ରୋଜଗାର ଆଶାଠାରୁ ଅଧିକ ହୋଇପାରେ।

ଗ୍ରାଣ୍ଡ ଇଭେଣ୍ଟ

ଫିଲ୍ମର ବଜେଟ୍ ଯେକୌଣସି ଭାରତୀୟ ଫିଲ୍ମ ପାଇଁ ଆଶ୍ଚର୍ଯ୍ୟଜନକ। ରିପୋର୍ଟ ଅନୁଯାୟୀ "ବାରାଣସୀ"ର ମୋଟ ବଜେଟ୍ ୧୦୦୦ କୋଟିରୁ ଅଧିକ। ଏହା ରାଜାମୌଲିଙ୍କ ଏପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଫିଲ୍ମ ମଧ୍ୟରୁ ଗୋଟିଏ । ଟାଇଟଲ୍ ଲଞ୍ଚ୍ ଇଭେଣ୍ଟରେ ୫୦ ହଜାରରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ଯେଉଁଠାରେ ଫିଲ୍ମର ଅଫିସିଆଲ୍ ଟାଇଟଲ୍ ରିଭିଲ ହୋଇଥିଲା।