ଅବପାତ : ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଆଗାମୀ ୨ ଦିନ ମତ୍ସଜୀବୀଙ୍କୁ ସମୁଦ୍ର ମନା

Published By : Prameya-News7 Bureau | July 26, 2025 IST

ଭୁବନେଶ୍ୱର ୨୬।୭: ବଙ୍ଗୋପସାଗରରେ ଅବପାତ ଉତ୍ତର ଛତିଶଗଡ ଓ ଝାଡ଼ଖଣ୍ଡ ପଟେ ରହିଛି । ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳରେ ବର୍ଷା ହେବ । ଉପକୂଳରେ ମଧ୍ୟମ ଧରଣରେ ବର୍ଷା ହେବ । ବିଜୁଳି, ଘଡଘଡି ଓ ଝଟକା ପବନ ୩୦-୪୦ କିଲୋମିଟର ବେଗରେ ପବନ ବୋହିବ । ଆଗାମୀ ଦୁଇ ଦିନ ପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ର ଅଞ୍ଚଳରେ ୫୫ କିଲୋମିଟର ପବନ ବୋହିବ । 

ରବିବାର ଠାରୁ ବର୍ଷା କମିବ । ମହାନଦୀ ଉପରମୁଣ୍ଡରେ ବର୍ଷା ହେବ । ବ୍ରାହ୍ମଣୀ ଉପର ମୁଣ୍ଡରେ ବି ଆଜି ବର୍ଷା ହେବ । ରବିବାର ଠାରୁ ଓଡ଼ିଶାରୁ ୱାର୍ଣ୍ଣିଂ ହଟିବ । କେବଳ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ରହିବ । ଜୁଲାଇ ୩୧ ତାରିଖରେ ବର୍ଷାର ପରିମାଣ ବଢିବ । ୧୮୨ ମିମି ସହ ସବୁଠାରୁ ଅଧିକ ବର୍ଷା ମୟୁରଭଞ୍ଜ ଜିଲ୍ଲା ମୋରଡାରେ ହୋଇଛି । ଜୁନ୍ ୧ ତାରିଖରୁ ଆଜି ଯାଏଁ ସ୍ୱାଭାବିକ ଠାରୁ ୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । 

You Can Read:

ଅରୁଣଙ୍କ ତେରଛା ବାଣ : ଆସ୍ଥା, ଅନାସ୍ଥା, ଅବସ୍ଥା ଓ ବ୍ୟବସ୍ଥା ସବୁ ଆଲୋଚନା ପାଇଁ ବିଜେଡ଼ି ପ୍ରସ୍ତୁତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.