୨୦୨୪ ଟି-୨୦ ବିଶ୍ଵକପ୍ ପରାଜୟର ବଦଲା ନେଲା ପାକିସ୍ତାନ, ଆମେରିକାୁ ୩୨ ରନରେ ଦେଲା ମାତ୍

NEWS7
heavy-rain-is-likely-in-the-state-from-14th-yellow-warning-for-14th-district

କଲୋମ୍ବୋ: ୨୦୨୪ ଟି-୨୦ ବିଶ୍ଵକପ୍ ପରାଜୟର ମଧୁର ପ୍ରତିଶୋଧ ନେଲା ପାକିସ୍ତାନ। ୨୦୨୬ ଟି-୨୦ ବିଶ୍ଵକପରେ ଏକ ଲିଗ୍ ମ୍ୟାଚରେ ପାକିସ୍ତାନ ୩୨ ରନରେ ଆମେରିକାକୁ ହରାଇଛି। ଏହା ସହିତ ନିଜର ଦ୍ଵିତୀୟ ମ୍ୟାଚରେ ଦ୍ଵିତୀୟ ବିଜୟ ହାସଲ କରିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସାହିବଜାଦା ଫରହାନଙ୍କ ୭୩ ରନ, ବାବର ଆଜମଙ୍କ ୪୬ ରନ ଓ ସାଦାବ ଖାନଙ୍କ ବିସ୍ଫୋରକ ୩୦ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୯୦ ରନ କରିଥିଲା। ଜବାବରେ ଆମେରିକା ୮ ଓ୍ଵିକେଟ୍ ହରାଇ ୧୫୮ ରନ କରି ପାରିଛି। ଦଳ ପକ୍ଷରୁ ଶୁଭମନ ରଞ୍ଜନେ ୫୧ ରନ ଓ ଶୟାନ ଜାହାଙ୍ଗୀର ୪୯ ରନ କରିଥିଲେ। ଆମେରିକାକୁ ହରାଇ ଗ୍ରୁପ ଏରୁ ପାକିସ୍ତାନ ଶୀର୍ଷକୁ ଉଠିଛି।

Updating...